ଭୁବନେଶ୍ୱର: ୫୨ ବର୍ଷ ବୟସ୍କ ବରିଷ୍ଠ ଦୃଷ୍ଟିହୀନ ସମାଜସେବୀ ତଥା ଡଃ. ରତ୍ନାକର ଦାସ ମେମୋରିଆଲ ଦୃଷ୍ଟିହୀନ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା, ତ୍ରୟମାସିକ ପତ୍ରିକା ଦିବ୍ୟଦୃଷ୍ଟି ଓଡ଼ିଶା ଓ ପ୍ରଜ୍ଞାର ସମ୍ପାଦକ, ପୀଙ୍ଗଲାଖି ପବ୍ଲିକ ୱେଲଫାରେ ଅର୍ଗାନାଇଜେସନ (PPWD)ର ସ୍ରଷ୍ଟା ତଥା ପତିତପାବନ ସେବାସଂଘର ପରିଚାଳତ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ସାବତ ଇହଲୀଳା ସମ୍ବରଣ କରିଛନ୍ତି। ୨୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର କିମସ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ତାଙ୍କର ଅମର ଆତ୍ମାର ସଦଗଦି ନିମନ୍ତେ ଉତ୍କଳ ସ୍ୱାଭିମାନ ଓ JFE ଓଡ଼ିଶା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡ଼ିଶାର ବିଦ୍ୟା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ ଭିନ୍ନକ୍ଷମ କମଶନର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ. ମିନତି ବେହେରା, ଓଲସ, ଭୁବନେଶ୍ଵରର ଉପାଦକ୍ଷା ଶ୍ରୀମତି କସ୍ତୁରୀ ମହାପାତ୍ର, ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଓ ସମ୍ପାଦକ ପ୍ରଭାକର ତ୍ରିପାଠୀ, NCSCRD, ଭୁବନେଶ୍ଵରର ସହକାରୀ ନିର୍ଦ୍ଦେଶକ ଡଃ. ରାମ କିଶୋର ଶର୍ମା , ହୀରାକୁଦ ଡିଗ୍ରୀ କଲେଜର ଅଧ୍ୟାପିକା ଡଃ ମଞ୍ଜୁଲତା ପଣ୍ଡା, JFE, ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ଦାଶରଥି ମୁର୍ମୁ, SISER, ଓଡ଼ିଶାର ଅଧ୍ୟାପକ ଶ୍ରୀ ମୂରଲୀଧର ଦାସ ଏବଂ ଓଡ଼ିଶାର କୋଣଅନୁକୋଣରୁ ବିଭିନ୍ନ ଅନୁଷ୍ଠାନମାନ ଭିର୍ଚୁଅଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ PPWD ର ଅଧକ୍ଷ ଗଗନ ବିହାରୀ ଦାସ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ଓ ଅଧ୍ୟାପକ ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓଡିଶାର ପ୍ରଥମ ଦୃଷ୍ଟି ବାଧିତ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା ସଂଯୋଜନା କରିଥିଲେ।
ଉତ୍ସବ ପ୍ରାରମ୍ଭରେ ଶିକ୍ଷକ ଶ୍ରୀ ଗିରିଶ ଚନ୍ଦ୍ର ବେହେରା ଜଗନ୍ନାଥ ଅଷ୍ଟକମ ପାଠ କରିଥିଲେ ଏବଂ ଶେଷରେ ସଙ୍ଗୀତ ଶିକ୍ଷୟତ୍ରୀ କୁମାରୀ ମେଘମାଳା ପଣ୍ଡା ସମାପନି ସଙ୍ଗୀତ ଗାନ କରିଥିଲେ। ପରିଶେଷରେ JFE ଓଡ଼ିଶାର ସଦସ୍ୟ ତଥା ICT consultant, ବିରଞ୍ଚି ନରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।