Latest Odisha News

BREAKING NEWS

ଆମେରିକା ଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣ: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ। ଖରାଦିନରେ ଦେଶ ବୁଲିଯିବାକୁ ନିମନ୍ତ୍ରଣ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ। ଖବର ସରବରାହ ସଂସ୍ଥା ପିଟିଆଇରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ନିମନ୍ତ୍ରଣକୁ ସ୍ୱୀକାର କରାଯାଇଛି। ଦୁଇ ବିଶ୍ୱ ନେତାଙ୍କର ବୈଠକ ପାଇଁ ଆମେରିକା ଓ ଭାରତ ପକ୍ଷରୁ ସରକାରୀ ସ୍ତରରେ ଯୋଜନା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଜି-୨୦ ଦେଶରେ ଭାରତକୁ ଅଧ୍ୟକ୍ଷତା ମିଳିଥିବାରୁ ଆମେରିକାକ ନିମନ୍ତ୍ରଣକୁ ବିଭିନ୍ନ ନଜରରୁ ଦେଖାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ବୈଠକ ପାଇଁ ଭାରତ ଅନେକ କାର୍ଯ୍ୟକ୍ରମରେ ନେତୃତ୍ୱ ନେବ। ଯେଉଁଥିରେ ଆମେରିକ ସମେତ ବିଭିନ୍ନ ଦେଶର ନେତା ଯୋଗ ଦେବେ।

ମୋଦୀ-ବାଇଡେନଙ୍କ ବୈଠକ ପାଇଁ ଦୁଇ ଦେଶ ପକ୍ଷରୁ ଜୁନ ଓ ଜୁଲାଇରେ ପ୍ରକୃଷ୍ଠ ସମୟ ଖୋଜା ଚାଲିଛି। ଆସନ୍ତା ବର୍ଷ ଦେଶର ନିର୍ବାଚନ ହେବାର ଅଛି। ମୋଦୀଙ୍କ ଆମେରିକା ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମୋଦୀଙ୍କ ଆମେରିକା ଗସ୍ତକ କିଛିଦିନ ଲମ୍ବା ହୋଇପାରେ । ଏଥିରେ ମୋଦୀ ଆମେରିକାର ଉଭୟ ସଦନରେ ଭାଷଣ ଦେବା ସହ ହ୍ୱାଇଟ୍ ହାଉସ୍‌ରେ ଡୋ ବାଇଡେନ୍‌ଙ୍କ ସହ ରାତ୍ରୀ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପିଟିଆଇ ବିଶେଷ ସୂତ୍ରରୁ ସୂଚନା ପାଇଛି।

Leave A Reply

Your email address will not be published.