Latest Odisha News

BREAKING NEWS

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।

ସକାଳୁ ସକାଳୁ ୩୦ ସେୟାର ଉପରେ ଆଧାରିତ ବେଞ୍ଚ ମାର୍କ ଇଣ୍ଡେକ୍ସ ବିଏସଇ ସେନ୍ସେସ୍କ ୪୫୧ ଅଙ୍କ ବୃଦ୍ଧି ସହ  ୬୦, ୦୦୧.୧୭ ଲେବୁଲରେ ଖୋଲିଛି । ନାଶନାଲ ଷ୍ଟକ ଏକ୍ସଚେଞ୍ଜ ଏନଏସଇର ନିଫ୍ଟି ୮୨ ଅଙ୍କ ବୃଦ୍ଧି ସହ ୧୭, ୭୩୧.୪୫ରେ ଖୋଲିଛି । ସମସ୍ତ ସେକ୍ଟର ଇଣ୍ଡେକ୍ସ ଆଜି କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.