Latest Odisha News

BREAKING NEWS

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।

ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ ରୋଜଗାର ସୁଯୋଗର ବେଗକୁ ଦ୍ରୁତ କରିବା ଏବଂ ଆର୍ଥିକ ସ୍ଥିରତାକୁ ମଜବୁତ କରିବା ଉପରେ କେନ୍ଦ୍ରିତ ରହିଛି ।

ଜାଣନ୍ତୁ କ’ଣ ରହିଛି ନିର୍ମଳାଙ୍କ ବଜେଟରେ

ଏଥରର ବଜେଟ ଆସନ୍ତା ବର୍ଷର ବ୍ଲୁ ପ୍ରିଣ୍ଟ

-ବଜେଟରେ ମହିଳାଙ୍କ ସମୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମହିଳାଙ୍କ ପାଇଁ  ଆରମ୍ଭ ହେବ ମହିଳା ସମ୍ମାନ ବଚତ୍‌ ପତ୍ର। ଏହି ଯୋଜନା ଅନୁସାରେ  ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ   ଝିଅ ଓ ମହିଳାଙ୍କ ନାଁରେ ସ୍ଥାୟ ଜମା ରଖାଯାଇପାରିବ। ଏଥିରେ ସୁଧ ହାର ୭.୫% ରହିବ। ମଝିରୁ ଚାହିଁଲେ ଉଠାଣ ବି କରିପାରିବେ ।

-ନୂଆ କର ବ୍ୟବସ୍ଥା ଘୋଷଣା କଲେ ଅର୍ଥମନ୍ତ୍ରୀ

-ନୂଆ କର ବ୍ୟବସ୍ଥା ଅନୁଯାୟୀ, -୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟକର ଶୂନ୍ୟ

୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%

-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%

-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%

-୭ ଲକ୍ଷ ଯାଏ ହେବ ଆୟକର ଛାଡ

-ଆୟକର ସୀମା ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

-ମୋବାଇଲ ଉପକରଣ, ଡ୍ରେସ ଉପରୁ ଟିକସ ହ୍ରାସ

-ସିଗାରେଟ ଉପରେ ଟିକସ ବୃଦ୍ଧି

-ମହଙ୍ଗା ହେବ ଦେଶୀ କିଚେନ ଚିମିନ, ହେଡଫୋନ

-ମହଙ୍ଗା ହେବ, ସୁନା, ରୂପା ଓ ପ୍ଲାଟିନମ

-ଶସ୍ତା ହେବ କିଛି ମୋବାଇଲ, କ୍ୟାମେରା

-ଶସ୍ତା ହେବ ସାଇକେଲ, ଅଟୋମୋବାଇଲ, ଇ ବାହନ

-ବରିଷ୍ଠ ନାଗରିକ ଖାତା ସ୍କିମ ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବୃଦ୍ଧି

-ବଜେଟରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ-

-୩୫ ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

-ଦେଶରେ 5Gର ବିକାଶ ପାଇଁ ଇଂଜିନିୟରିଂ ଇନ୍‌ଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ

-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା

-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ   ୨୦, ୭୦୦ କୋଟି ନିବେଶ ଘୋଷଣା

-ପ୍ରଧାନମନ୍ତ୍ରୀ ବିଶ୍ୱକର୍ମ କୗେଶଳ ସମ୍ମାନ ପ୍ୟାକେଜ ଘୋଷଣା କରିଲେ ଅର୍ଥମନ୍ତ୍ରୀ

-ପାରମ୍ପରିକ କାରିଗର ଏବଂ ଶିଳ୍ପୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

-ଏହି ଯୋଜନାରେ  ୬ଲକ୍ଷ ଯୁବକଙ୍କୁ  ଦିଆଯିବ ତାଲିମ

-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ

-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍

-ପ୍ରତିଷ୍ଠା ହେବ ୫୦ଟି ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ

– KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ

-ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି ଟଙ୍କାର ବ୍ୟବସ୍ଥା

-୧୫୭ ମେଡିକାଲ କଲେଜରେ ହେବ ୧୫୭ ନର୍ସିଂ କଲେଜ

-ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଦିଆଯିବ ଟ୍ରେନିଂ

-ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ

-ବଜେଟରେ ରେଳ ପାଇଁ ୨.୪୦ କୋଟି ଘୋଷଣା

-ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ  ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା

-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ

-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୭୯ ହଜାର କୋଟି ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

-କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ପାଇଁ ଘୋଷଣା କଲେ ଅର୍ଥମନ୍ତ୍ରୀ

-ଆକାଂକ୍ଷୀ ଜିଲ୍ଲା ଭଳି ହେବ ଆକାଂକ୍ଷୀ ବ୍ଲକ,   ୫୦୦  ଆକାଂକ୍ଷୀ ବ୍ଲକ ହେବ

-ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ

-ଏହି ମିଶନ ପାଇଁ ୩ ବର୍ଷରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

-୩୮, ୮୦୦ ନୂଆ ଶିକ୍ଷକ ଏକଲବ୍ୟ ସ୍କୁଲରେ ପାଇବା ନିଯୁକ୍ତି

-ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା

-ବଜେଟେ ଅର୍ଥମନ୍ତ୍ରୀ ନିର୍ମଳା ଘୋଷଣା କଲେ  ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ

-ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’

 

 

Leave A Reply

Your email address will not be published.