କିଭ:ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ଏକ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାଯାଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍ସ୍କି ମଧ୍ୟ ସାମିଲ ଅଛନ୍ତି ।
🇺🇦🚁🔥💥Ukrainian helicopter fell on a kindergarten
This was stated in the Ministry of Internal Affairs of Ukraine. At the moment, 5 victims are known.Footage of fire where the Ukrainian helicopter fell pic.twitter.com/g7TwiczUJ3
— AZ 🛰🌏🌍🌎 (@AZgeopolitics) January 18, 2023
ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କିଭ୍ ଠାରୁ ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ବ୍ରେବେରୀ ସହର ଅବସ୍ଥିତ। ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିରେ ହେଲିକପ୍ଟରରେ ଥିବା ବ୍ୟକ୍ତିଙ୍କ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଛି।
Comments are closed.