Latest Odisha News

BREAKING NEWS

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ସତ୍ୱେ ପୁନର୍ବାର ବ୍ୟାକଫୁଟରେ ଓଡିଶା

ମୀରଟ:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଶାନ୍ତନୁ ମିଶ୍ରଙ୍କ ଆକର୍ଷଣୀୟ ଶତକ ସତ୍ୱେ ଉତରପ୍ରଦେଶ ବିପକ୍ଷରେ ଓଡିଶା ପୁନର୍ବାର ବ୍ୟାକଫୁଟରେ ରହିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ୧୦୯ ରନ କରିଥିବା ବେଳେ ରାଜେ ଧୂପର ୬୨ ଓ ଅଭିଷେକ ରାଉତ ୪୩ ରନ ସଂଗ୍ରହ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । କୁନାଲ ଯାଦବ ୟୁପି ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୟୁପି ୪ ୱିକେଟ ବିନିମୟରେ ୨୫୭ ରନ ସଂଗ୍ରହ କରି ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି ।

ପ୍ରିୟଙ୍କ ଗର୍ଗ ୧୨୨ ରନ କରିଥିବା ବେଳେ ରିଙ୍କୁ ସିଂ ୭୩ ରନ କରି ଅପରାଜିତ ରହିଛନ୍ତି । ସୂର୍ଯ୍ୟକାନ୍ତ ପ୍ରଧାନ ଓଡିଶା ପକ୍ଷରୁ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି । ଏକଦା ୮୯ ରନରେ ୟୁପିର ୩ଟି ୱିକେଟ ଓଡିଶା ବୋଲରମାନେ ଅକ୍ତିଆର କରି ନେଇଥିଲେ । ପ୍ରିୟମ ଓ ରିଙ୍କୁ ଚମତ୍କାର ବ୍ୟାଟିଂ କରି ମ୍ୟାଚକୁ ହାତମୁଠାକୁ ନେଇ ଯାଇଥିଲେ ।

Leave A Reply

Your email address will not be published.