ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ଏବେ ସିଧାସଳଖ ପୂରଣ ହେବ । ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
କନଷ୍ଟେବଳ ରାଙ୍କର ଉକ୍ତ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ଜାରି ପୃଥକ୍ ପୃଥକ୍ ନିର୍ଦ୍ଦେଶନାମା ସହିତ ଚଳିତବର୍ଷ ସେପ୍ଟେମ୍ବର ୨୨ରେ ଜାରି ହୋଇଥିବା ଏସଓପିକୁ ଅନୁସରଣ କରିବାକୁ ହେବ ବୋଲି ଉପସଚିବ ଚିଠିରେ ଦର୍ଶାଇଛନ୍ତି ।
ରାଜ୍ୟରେ ଖାଲି ପଡ଼ିଥିବା କନଷ୍ଟେବଳ ପଦ ପୂରଣ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସରକାର ବିଚାର କରିବା ପରେ ଖାଲି ପଦ ପୂରଣ ଲାଗି ଏହି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ ରହିଛି ।
Comments are closed.