Latest Odisha News

BREAKING NEWS

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ ହେଲା ।

ପୁରୀ ବେଳାଭୁମୀରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମାଣ୍ଡେଲାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି । ସୁଦର୍ଶନ ଏହି ବାଲୁକାକଳା ମାଧ୍ୟମରେ ମହାନ ସଂଗ୍ରାମୀ ନେଲସନ ମାଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

 

୧୯୧୮ ମସିହା ଜୁଲାଇ ୧୮ ତାରିଖରେ ଦକ୍ଷିଣଆଫ୍ରିକାର ଜୋହାନ୍ସବର୍ଗରେ ଜନ୍ମ ଗ୍ରହଣ କରିଥିଲେ ନେଲସନ ମାଣ୍ଡେଲା । ଦୀଘ ୨୭ ବର୍ଷ କାଳ କାରାବରଣ କରି ଶେଷରେ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିଥିଲେ । ଗଣତନ୍ତ୍ରର ବିଜୟଟୀକା ପିନ୍ଧିଥିଲା ଦକ୍ଷିଣଆଫ୍ରିକା । ୧୯୯୪ ରୁ ୧୯୯୯ ମସିହା ପର୍ଯ୍ୟନ୍ତ ମାଣ୍ଡେଲା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।

ଆଜି ସମଗ୍ର ବିଶ୍ୱ ତାଙ୍କୁ ଦେଇଛି ଶ୍ରଦ୍ଧାଞ୍ଜଳି । ଦକ୍ଷିଣ ଆଫ୍ରିିକାର ରାଜଧାନୀ ଜୋହାନ୍ସବର୍ଗରେ ପୂର୍ବତନ ମାର୍କିନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ମାଣ୍ଡେଲାଙ୍କ ମହାନତାକୁ ଆଜିର ଦିନରେ ସ୍ମୃତିଚାରଣ କରିଛନ୍ତି ।

Leave A Reply

Your email address will not be published.