ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନଙ୍କ ଝିଅ ନବୟା ନାଭେଲି ନନ୍ଦା ଏବେ ବେଶ୍ ଚର୍ଚ୍ଚାରେ । ଏବେ ଏକ ଫ୍ୟାଶନ ଶୋରେ ଶ୍ୱେତା ଓ ନବୟାଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍ରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଆବୁ ଜାନି ଏବଂ ସନ୍ଦୀପ ଖୋସ୍ଲାଙ୍କ ଦ୍ୱାରା ଏହି ଫ୍ୟାଶନ ଶୋ ଆୟୋଜିତ ହୋଇଥିଲା । କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁଷ୍ଠିତ ଏହି ଫେଶନ ଶୋ’ରେ ରାମ୍ପରେ ଚାଲିଥିଲେ ଶ୍ୱେତା ଓ ତାଙ୍କ ଝିଅ ନବୟା । ଡ଼ିଜାଇନର ଆବୁ ଏବଂ ସନ୍ଦୀପ ହେଉଛନ୍ତି ବଚ୍ଚନ ପରିବାରର ଫ୍ୟାମିଲ ଡ଼୍ରେସ ଡ଼ିଜାଇନର । ଏହି ଶୋରେ ପିନ୍ଧିଥିବା ପୋଷାକକୁ ମଧ୍ୟ ସେମାନେ ଡ଼ିଜାଇନ କରିଥିଲେ । ଏଥିରେ ଶ୍ୱେତା ବଚ୍ଚନ ଏକ ହାଲ୍କା ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିଲେ । ତା ସାଙ୍ଗକୁ ସ୍ଲିଭ ଲେସ୍ ବ୍ଲାଉଜ ତାଙ୍କୁ ବେଶୀ ଷ୍ଟାଇଲ୍ସ ଲୁକ୍ ଦେଇଥିଲା । ସେହିପରି ନବୟା ମଧ୍ୟ ଶାଢୀରେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ହାଲକା ଗୋଲାପୀ ରଙ୍ଗର ଶାଢୀ ଓ ସ୍ଲିଭ୍ ଲେସ ବ୍ଲାଉଜ ପିନ୍ଧିଥିଲେ, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ସେମାନଙ୍କର ଷ୍ଟାଇଲ ଦେଖି ମା ଓ ଝିଅଙ୍କୁ ଦୁଇ ଭଉଣୀ ବୋଲି ଲୋକେ କହିବାକୁ ପଛାଇ ନ ଥିଲେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.