Latest Odisha News

BREAKING NEWS

ନାଗପଟ୍ଟିନମରେ ଅଶୋଧିତ ତୈଳ ଲିକ, ମତ୍ସ୍ୟଜୀବୀଙ୍କ ତୀବ୍ର ବିରୋଧ

ଚେନ୍ନାଇ: ତାମିଲନାଡୁର ନାଗପଟ୍ଟିନମ ଉପକୂଳରେ ଅଶୋଧିତ ତୈଳ ଲିକ ହୋଇଛି । ବିଶୋଧନଗାରର ପାଇପଲାଇନରୁ ଏହା ଲିକ ହୋଇଥିବା ଅନୁମାନ କରାଯାଉଛି । ଏଥିନେଇ ନିକଟବର୍ତୀ ଗ୍ରାମର ମତ୍ସ୍ୟଜୀବୀମାନେ ତୀବ୍ର ବିରୋଧ ଜାରୀ ରଖିଛନ୍ତି । ଅଶୋଧିତ ତୈଳ ପାଇପଲାଇନରୁ ଏହି ଅଂଚଳରୁ ହଟାଇବା ପାଇଁ ସେମାନେ ଦାବୀ କରିଛନ୍ତି । ସିପିସିଏଲ ଖୁବ ଶୀଘ୍ର ଏଥିନେଇ ପଦକ୍ଷେପ ଗ୍ରହଣ କରିବା ବୋଲି ଆଶ୍ୱସନା ଦେଇଛି । ତେବେ ଗୁରୁବାର ରାତିରୁ ଏହି ତୈଳ ଲିକ ହେବା ସହ ୫୦ ମିଟର ଅଂଚଳ ପର୍ଯ୍ୟନ୍ତ ବୋହିଥିବା ଅନୁମାନ କରାଯାଉଛି ।

ଏହା ଦ୍ୱାରା ଜଳଚରପ୍ରାଣୀ ଏବଂ ପକ୍ଷୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିବ ବୋଲି ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସିପିସିଏଲ କର୍ମଚାରୀ, କୋଷ୍ଟଗାର୍ଡ, ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହାର ସମାଧାନ କାର୍ଯ୍ୟରେ ଲାଗି ପଡିଛନ୍ତି । ପ୍ରାୟ କୋଡିଏ ବର୍ଷ ତଳେ ଏହି ପାଇପଲାଇନ ନିର୍ମାଣ କରାଯାଥିଲା । ଅତ୍ୟାଧୁନିକ ଜ୍ଞାନକୌଶଳର ଏହାକୁ ସୁରକ୍ଷିତ ଭାବେ ପୁନର୍ବାର ନିର୍ମାର କରାଯିବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.