Latest Odisha News

BREAKING NEWS

ବିଜେପି ଯୁବ ମୋର୍ଚ୍ଚା ଘେରାଉ କଲେ ପୁରୀ ଏସପି ଅଫିସ

ପୁରୀ: ବିଧାନସଭା ଘେରାଉ ବେଳେ ପୋଲିସ ପକ୍ଷରୁ ଆକ୍ରମଣ କରାଯିବାକୁ ବିରୋଧ କରି ବିଜେପି ପକ୍ଷରୁ ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଯୁବ ମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ସମେତ ୨୪ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ପୁରୀ ଏସପି ଅଫିସ ଘେରାଉ  କରାଯାଇଛି । ପୋଲିସ ଓ ଯୁବମୋର୍ଚ୍ଚା ସଂଘର୍ଷରେ ଉଭୟ ପକ୍ଷରୁ ଆହତ ହୋଇଥିଲେ ମଧ୍ୟ କେବଳ ବିଜେପି କର୍ମୀଙ୍କୁ କାହିଁକି ଗିରଫ କରାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପୋଲିସକୁ ହାତବାରିସି କରି ବିଜେଡି ପରୋକ୍ଷରେ ଗୁଣ୍ଡାରାଜ ଚଳାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ ।

ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଥିଲେ ଏହା ଓଡିଶା ନାଁ ଆଉ କୋଉ ରାଜ୍ୟ, ଯେଉଁଠାରେ ଜଙ୍ଗଲରାଜ ଚାଲିଛି । କ୍ଷମତାରେ ରହିଛ ମାନେ କଣ କାହାକୁ ମାନିବ ନାହିଁ । ନବୀନ ବାବୁ କହୁଛନ୍ତି ସାଢ଼େ ଚାରି କୋଟ ଲୋକ ମୋ ପରିବାରର ସଦସ୍ୟ ତାହାହେଲେ ଅପରାଧୀଙ୍କୁ କାହିଁକି ଘଂଟ ଘୋଡା ଯାଉଛି । ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟର ଆଇନ ଶୃଙ୍ଖଳାର ଯେଉଁଭଳି ବିପର୍ଯ୍ୟୟ ଘଟୁଛି ତାହା ଚିନ୍ତାର ବିଷୟ ବୋଲି କହିଥିଲେ ।

ଅପରାହ୍ନ ୧୨ଟା୩୦ରୁ ଏସସିଏସ କଲେଜ ନିକଟରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଏସପି ଅଫିସ ନିକଟରେ ପଂହଚିଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୁରୀ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଉପସଭାନତ୍ରି ପ୍ରଭାତୀ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସତ୍ୟବାଦୀର ଯୁବ ନେତା ଓମ ପ୍ରକାଶ ମିଶ୍ର, ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ସୁଶାନ୍ତ ସ୍ୱାଇଁ, ପ୍ରସନ୍ନ ପଳେଇ, ଜିଲ୍ଲା ଉପସଭାପତି ଦିଗଦର୍ଶନ ପଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ଜ୍ୟୋତି ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ  ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.