Latest Odisha News

BREAKING NEWS

ଏହି ଲୋକଙ୍କ ପାଇଁ ବେଶୀ ଦରକାର ଅଖରୋଟ, ଜାଣନ୍ତୁ ଡାଏଟରେ କିପରି କରିବେ ସାମିଲ..

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବାକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ସେବନ କରିଥାଉ। ଏମାନଙ୍କ ଭିତରେ ବଡ ଜାଗା ନେଇଥାଏ ଡ୍ରାୟ ଫ୍ରୁଟ। ଏହା ପୋଷଣରେ ଭରପୁର ହୋଇଥାଏ। କିଛି ଡ୍ରାୟ ଫ୍ରୁଟ ସେବନ କରିବା ଦ୍ବାରା ଏହା ଆମ ଶରୀରର ବିଭିନ୍ନ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଅଖରୋଟ ଗୋଟିଏ ଏପରି ଡ୍ରାୟ ଫ୍ରୁଟ ଯାହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ଜଣାଯାଏ। ଅଖରୋଟରେ ଫାଇବର, ମାଙ୍ଗାନିଜ, ମ୍ୟାଗ୍ନେସିୟମ, କପର, ଆଇରନ, କ୍ୟାଲସିୟମ, ଜିଙ୍କ, ପୋଟାସିୟମ, ଭିଟାମିନ ବି-6, ଫଲେଟ ଓ ଥାୟାମିନ ଭଳି ପୋଷକ ତତ୍ତ୍ବ ଭାରି ରହିଛି। ତେଣୁ ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ବୋଲି ଜଣାଯାଏ। ତେବେ ଆସନ୍ତୁ ଜାଣିବା ଅଖରୋଟ ଖାଇବା ଦ୍ଵାରା କ’ଣ ସବୁ ମିଳିଥାଏ ଫାଇଦା।

ଡାଏଟରେ କିପରି ସାମିଲ କରିବେ ଅଖରୋଟ ?

ଆମେ ଡାଏଟରେ ବିଭିନ୍ନ ଉପାୟରେ ଅଖରୋଟକୁ ସାମିଲ କରି ପାରିବା। ଆପଣ ଏହାକୁ ଶୁଖିଲା କିମ୍ବା ପାଣିରେ ଭିଯାଇ ଖାଇ ପାରିବେ। ଏହାକୁ ସାଲାଡରେ ମଧ୍ୟ ସାମିଲ କରାଯାଇ ପାରେ।

ଅଖରୋଟ ଖାଇବାର ଉପକାରିତା

  • ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ ଏହା ହାର୍ଟ ବା ହୃଦୟ ଜନିତ ରୋଗରୁ ମୁକ୍ତି କରିବ ସହ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
  • ଅଖରୋଟର ଆକାର ମସ୍ତିଷ୍କ ଭଳି ଦେଖା ଯାଇଥାଏ। ଏହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୁଏ।
  • ଅଖରୋଟରେ ଅଧିକ ମାତ୍ରାରେ ଫାଇବର ଓ ପ୍ରୋଟିନ ରହିଥିବାରୁ ଏହା ଓଜନ ସନ୍ତୁଳନ ରଖିବାରେ ଖୁବ ସାହାଯ୍ୟ କରେ।

  • ପ୍ରତିଦିନ ଅଖରୋଟ ଖାଇବା ଦ୍ବାରା ବ୍ଲଡ଼ ସୁଗାର ବା ମଧୁମେହ ରୋଗରୁ କେତେକାଂଶରେ ମୁକ୍ତି ମିଳିଥାଏ।
  • ଅଖରୋଟରେ କ୍ୟାଲସିୟମ ଓ ଫସଫରସ ଭଳି ଧାତୁସାର ଥିବାରୁ ଏହା ହାଡ ମଜବୁତ କରିଥାଏ ।
  • ଅଖରୋଟ ଖାଇବା ଦ୍ବାରା ଆମକୁ ଆବଶ୍ୟକ ପରିମାଣର ଫ୍ୟାଟି ଏସିଡ ମିଳିଥାଏ। ଏହା ଆମ ଚର୍ମ ଓ ବାଳକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ।
Leave A Reply

Your email address will not be published.