Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ଝଟକା; ଜୁନ୍ ୧୯ ଯାଏଁ ବଢିଲା ନ୍ୟାୟିକ ହେପାଜତ, ଖାରଜ ହେଲା ଅନ୍ତରୀଣ ଜାମିନ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପୁଣି ନିରାଶ । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କେଜ୍ରିୱାଲ କୋର୍ଟରେ ୭ ଦିନର ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ହେଲେ ଆଜି (ବୁଧବାର) ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି ରାଉସ୍ ଆଭେନ୍ୟୁ କୋର୍ଟ ।

ଏହା ସହ ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୧୯ ତାରିଖ ୧୪ ଦିନ ପାଇଁ ବୃଦ୍ଧି କରି ଦେଇଛନ୍ତି । କୋର୍ଟ ମେଡିକାଲ ଟିମ୍ କୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ବାବଦରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଆଜି କେଜ୍ରିୱାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା । ଏପ୍ରିଲ ୧ ରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ପରେ ସେ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ମେ ୧୦ ରେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଚାର ପାଇଁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କୁ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ କହିଥିଲେ ।

Leave A Reply

Your email address will not be published.