Latest Odisha News

BREAKING NEWS

ରାଜ୍ୟରେ ୫୭ ପ୍ରତିଶତ ସରିଲାଣି ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଏଯାଏଁ ଦିଆ ସରିଲାଣି ୨ କୋଟି ୩୬ ଲକ୍ଷ କରୋନା ଟିକା । ୧ କୋଟି ୭୮ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ, ୫୮ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇଛନ୍ତି । ଯାହାକି ରାଜ୍ୟରେ ୫୭ ପ୍ରତିଶତ ଟିକାକରଣ ଶେଷ ହେଲାଣି । ସେହିପରି ଏପର୍ଯ୍ୟନ୍ତ ୧ ଲକ୍ଷ ୧୪ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଏବେ ରାଜ୍ୟରେ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । କୋଭିସିଲ୍ଡ ୩୧ ଲକ୍ଷ ୫୯ ହଜାର ୨୬୦ ଓ କୋଭାକ୍ସିନ ୨ ଲକ୍ଷ ୬୫ ହଜାର ୫୨୦ ଡୋଜ୍ ମହଜୁଦ୍ ଅଛି । ତେବେ ଏଯାଏଁ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସି ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ସେହିପରି ଟିକା କେନ୍ଦ୍ରରେ ଗହଳି ନ କରି ଠିକ ସମୟରେ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.