ପୁରୀ: ବଡ ଦେଉଳ ପାଇଁ ସୁରକ୍ଷା ଚିନ୍ତା । ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ଥର ପାଇଁ ଗଠିତ ସୁରକ୍ଷା ସବ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୪ ଭାଗରେ ସୁରକ୍ଷାକୁ ନେଇ ମାରାଥନ ଆଲୋଚନା । ଖୁବ୍ ଶୀଘ୍ର ସୁରକ୍ଷାକୁ ନେଇ ଆସିବ ଏସଓପି । ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ବୈଠକରେ ବିସ୍ତୃତ ସୁରକ୍ଷା ପ୍ଲାନ୍ କୁ ନେଇ ବିଚାର ବିମର୍ଶ ହୋଇଛି । ସୁରକ୍ଷା ଅନୁଧ୍ୟାନ ପାଇଁ ଦେଶାଇ ପ୍ରମୁଖ ମନ୍ଦିର ପରିଦର୍ଶନ କରିବ ଟିମ୍ ।
ପ୍ରସ୍ତୁତ ହେବ କମ୍ପ୍ରେହେନ୍ସିଭ ସିକ୍ୟୁରିଟି ପ୍ଲାନ୍ । AI, ଫେଶିଆଲ୍ ରେକୋଗ୍ନିସନ, ପିଏ ସିଷ୍ଟମ ସହ ଲାଗୁ ହେବ ୱାକି ଟକି ବ୍ୟବସ୍ଥା । ସୁରକ୍ଷା କର୍ମୀଙ୍କୁ ବୁଝାଯିବ ରୋଲ,ଦାୟିତ୍ବ, ଶ୍ରୀରାମ ମନ୍ଦିର, ତିରୁପତି ଭଳି ଆପଣାଯିବ ମର୍ଡର୍ଣ୍ଣ ଟେକନୋଲୋଜି ।
ଡିଜିସିଏ ମ୍ୟାପରେ ଶ୍ରୀମନ୍ଦିର ରେଡ୍ ଜୋନ୍ ରେ ଦର୍ଶା ଯାଇଥିବା ସତ୍ତ୍ୱେ ଗ୍ରାଉଣ୍ଡ ରେ ଏହାର କିଭଳି ବିନିଯୋଗ ହେବ, ଡ୍ରୋନ ଇତ୍ୟାଦି ଉଡାଣ କ୍ଷେତ୍ରରେ କଟକଣା ଲାଗୁ ହେବ ସେନେଇ ହୋଇଛି ପ୍ଲାନ । ଶ୍ରୀମନ୍ଦିର ଭିତର,ବାହାର ସହ ସମଗ୍ର ସହର ରେ କିଭଳି ସୁରକ୍ଷାକୁ କଡାକଡି କରାଯାଇ ପାରିବ, ସେନେଇ ପ୍ଲାନ୍ ପ୍ରସ୍ତୁତ ହୋଇଛି । କେଉଁ ଗୁଡ଼ିକ ପ୍ରଶାସନ ବିନିଯୋଗ କରିପାରିବ ଏବଂ କେଉଁ ଗୁଡ଼ିକ ରାଜ୍ୟ ସରକାର ବ୍ୟବସ୍ଥା କରିବେ, ସେନେଇ ମଧ୍ୟ ସୂଚୀ ପ୍ରସ୍ତୁତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ସବ କମିଟି ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ।
Comments are closed.