Latest Odisha News

ଫିଜିକାଲ ଭେରିଫିକେଶନରେ ଜଣା ପଡିଲା ଲଦ୍ଦାଖରେ ଏବେ ମଧ୍ୟ ଚୀନ ସେନା ଅଛନ୍ତି

ନୂଆଦିଲ୍ଲୀ: ଚୀନ ତାର ପ୍ରକୃତି ଛାଡି ପାରୁ ନାହିଁ । ଶନିବାର ଭାରତୀୟ ସେନା ଲଦ୍ଦାଖ ସୀମାରେ ଫିଜିକାଲ ଭେରିଫିକେଶନ କରିବା ପରେ ଜାଣିପାରିଛି ଏବେ ମଧ୍ୟ ବିବାଦୀୟ ସ୍ଥଳୀ ଗୁଡିକରେ ଚୀନ ସେନା ରହିଛନ୍ତି । ହଟ ସ୍ପ୍ରିଙ୍ଗ, ପେଙ୍ଗଗ ସୋ, ଡେପସଙ୍ଗ ପ୍ଲେନ୍ସ ଏରିଆ, ଫିଙ୍ଗର ୪ ଏବଂ ୫ର କେତେକ ପଂଏଟରେ ଚୀନ ସେନାର ଉପସ୍ଥିତି ପ୍ରମାଣିତ ହୋଇଛି । ସେହିପରି ଚାଇନିଜ ଆର୍ମି ଦ୍ୱାରା କରାଯାଇଥିବା ବଙ୍କର ଏବେ ମଧ୍ୟ ଭଙ୍ଗାଯାଇ ନାହିଁ ।

ଦୁଇ ଦେଶ ସେନାଧିକାରୀଙ୍କ ବୈଠକ ପରେ ଅବଶ୍ୟ ସେନାର ପରିମାଣ କମିଛି । କିନ୍ତୁ ଚୀନ ସେନା ଉପସ୍ଥିତି ଯୋଗୁ ଏବେ ମଧ୍ୟ ଭାରତୀୟ ସେନା ଫିଙ୍ଗର୨ ଓ ୩ ଆଗକୁ ଯାଇ ପାରୁ ନାହାନ୍ତି । ଭାରତୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଚୀନ ସେନା ପଛକୁ ନ ହଟିଲେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Comments are closed.