Latest Odisha News

BREAKING NEWS

ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ, ଦିନକରେ ୬୧୬୪

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୬୪ ନୂଆ ଆକ୍ରାନ୍ତ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

 

ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩ହଜାର ୫୭୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୮୯ଟି । ଖୋର୍ଦ୍ଧାରେ ଦିନକରେ ୧୧୩୨ ଚିହ୍ନଟ ହୋଇଛି।

 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୮୮ହଜାର ୪୭୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୧ ହଜାର ୩୮୬ ଆକ୍ରାନ୍ତ । ୩୫ ହଜାର ୦୭୫କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ସଂଖ୍ୟା ।

Leave A Reply

Your email address will not be published.