Latest Odisha News

BREAKING NEWS

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ । ଯାହାକି ଦେଶରେ ଓ ସାରା ବିଶ୍ୱରେ ସର୍ବାଧିକ ।

କରୋନା ହେବା ପରଠୁ କେବେ କୌଣସି ଦେଶରେ ଏତେ ସଂଖ୍ୟକ ସଂକ୍ରମିତ ଗୋଟିଏ ଦିନରେ ବାହାରି ନଥିଲେ । ପୂର୍ବରୁ ଜାନୁଆରୀ ୮ ତାରିଖରେ ଆମେରିକାରେ ୩ଲକ୍ଷ ୭ହଜାର ୫୮୧ ପଜିଟିଭ୍ ବାହାରିଥିଲେ ।

ସଂକ୍ରମଣ ସହ ଦୈନିକ ମୃତ୍ୟୁସଂଖ୍ୟା ବି ରେକର୍ଡ ସ୍ତର ଛୁଇଁଛି । ଦୈନିକ ଡେଥ୍ କେସ୍ ୨ହଜାର ପାର କରିଥିବା ବେଳେ ଆଜି ୨ହଜାର ୧୦୪ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବାଧିକ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି ।

ମାତ୍ର ୧୭ ଦିନ ଭିତରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେରୁ ତିନି ଲକ୍ଷ ଡେଇଁଗଲା । ଏପ୍ରିଲ ୪ ତାରିଖରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ପାର କରିଥିଲା । ଆଜି ଏହି ସଂଖ୍ୟା ୩ ଲକ୍ଷ ଉପରେ । ୧୭ଟି ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି ।

୧୭ ଦିନରେ ଦୈନିକ ସଂକ୍ରମଣ ହାର ରହିଛି ୬.୭୬ ପ୍ରତିଶତ । କିନ୍ତୁ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେରୁ ତିନି ଲକ୍ଷ ହେବାକୁ ୬୫ ଦିନ ଲାଗିଥିଲା । ଏଥିରୁ ଜଣା ପଡୁଛି, ଏପ୍ରିଲରେ ଦେଶରେ ସଂକ୍ରମଣ ଦ୍ରୁତ ବଢୁଛି । ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ।

Leave A Reply

Your email address will not be published.