Latest Odisha News

BREAKING NEWS

Odisha Congress: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ; ଯୋଗ ଦେବେ ପିସିସି ସଭାପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ ହେବ । ଏହି ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ । ସଙ୍ଗଠନ ସୃଜନର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ଦିଲ୍ଲୀରୁ ଦଳୀୟ ନେତା ଆସି ଓଡ଼ିଶାରେ ଜିଲ୍ଲା ସଭାପତି ମନୋନୟନ କରିବେ ବୋଲି ସୂଚନା ରହିଛି ।

ଏହି ଦିଲ୍ଲୀ ବୈଠକରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବେ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

Comments are closed.