Latest Odisha News

BREAKING NEWS

ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସନ୍ଧ୍ୟାରେ ଆଲୋଚନା ପରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ନର୍ସିଂ ସଂଘ ସହ ଆଲୋଚନା ହୋଇଛି । ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅପିଲ କରିଛି, ସେମାନେ ରାଜି ହୋଇଛନ୍ତି । ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ରାଜି ହୋଇଛନ୍ତି । ଏନେଇ ଆମେ ଏକ କମିଟି ଗଠନ କରିବୁ । ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ ବୋଲି କହିଛନ୍ତି ।

ସେପଟେଆନ୍ଦୋଳନ ନେଇ ନର୍ସିଂ ସଂଘ ସଭାପତି କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି ବୋଲି ସଭାପତି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି । ତେବେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ଆମେ ସଂଘର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୧୦ଟି ଦାବି ନେଇ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ଏହାର ଗୁରୁତର ପ୍ରଭାବ ରାଜ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପଡିଥିଲା ।

Leave A Reply

Your email address will not be published.