Latest Odisha News

BREAKING NEWS

ହାଇକୋର୍ଟରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

କଟକ: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଯିବନି କଂଗ୍ରେସ ବିଧାୟ ମହମ୍ମଦ ମୋକିମଙ୍କ ପଦ । ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋକିମ୍ ।

ମୋକିମଙ୍କ ଅପିଲ୍ ପରେ ଅକ୍ଚୋବର ୧୩ରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ହାଇକୋର୍ଟ ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ସହ ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ।

ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମ୍ କୋର୍ଟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କହିଛନ୍ତି, ହଠାତ୍ ଭିଜିଲାନ୍ସ କୋର୍ଟଙ୍କ ରାୟ ଅନୁସାରେ ବିଧାୟକ ପଦ ଯିବାର ଆଶଙ୍କା ଥିଲା । ହାଇକୋର୍ଟ ଏହାକୁ ଗୁରୁତର ସହ ବିଚାର କରି ରହିତାଦେଶ ଦେଇ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ମାମଲାରେ ଆମର କୌଣସି ସମ୍ପୃକ୍ତି ନାହିଁ, ଅନିୟମିତତା ହୋଇ ନାହିଁ । ମୁଁ କୌଣସି ଭୁଲ୍ କରି ନାହିଁ । ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳରେ ମାମଲାର ବିଚାର ହେଲେ ନ୍ୟାୟ ପାଇବି ବୋଲି ଆଶା କରୁଛି ।

୨୦୦୦ ମସହିe ଜାନୁଆରୀରୁ ୨୦୦୧ ମେ ମାସ ମଧ୍ୟରେ ବିନୋଦ କୁମାର ORHDCର ଏମଡି ଥିଲେ । ସେହି ସମୟରେ ସେ ମେଟ୍ରୋ ବିଲଡର୍ସକୁ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ୩ଟି ଇନଷ୍ଟଲମେଣ୍ଟରେ ମେଟ୍ରୋ ବିଲଡର୍ସ ସମ୍ପୂର୍ଣ୍ଣ ଋଣ ପାଇଥିଲା । କିନ୍ତୁ ORHDCର ଏମଡି ଭାବେ କ୍ଷମତା ନଥାଇ ବିନୋଦ କୁମାର ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ଯେତେବେଳେ କି ଋଣ ଦେବା କ୍ଷମତା ORHDCର ବୋର୍ଡ ନିର୍ଦ୍ଦେଶକଙ୍କ ପାଖରେ ରହିଥିଲା । ଏପରିକି ଏହା ବିଷୟରେ ବୋର୍ଡର ନିର୍ଦ୍ଦେଶକମାନଙ୍କୁ ମଧ୍ୟ ବିନୋଦ କୁମାର ଜଣାଇ ନଥିଲେ । କୌଣସି ଦସ୍ତାବିଜ୍ ମଧ୍ୟ ଯାଞ୍ଚ କରାଯାଇ ନଥିଲା ।

ଏପରିକି ମେଟ୍ରୋ ବିଲଡର୍ସ ବିଡିଏ ପ୍ଲାନ୍, ପ୍ରୋଜେକ୍ଟ ଏଷ୍ଟିମେଟ୍, ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ଜାଲିଆତି କରିଥିଲା । ୨୦୧୭ ଅକ୍ଟୋବର ୩୧ ସୁଦ୍ଧା ମେଟ୍ରୋ ବିଲଡର୍ସ ଉପରେ ୬ କୋଟି ୨୨ ଲକ୍ଷ ୨୫ ହଜାର ୨୧୪ ଟଙ୍କା ବକେୟା ଗଡ଼ୁଛି । ମାମଲାରେ ବିଲଡରଙ୍କୁ ଅହେତୁକ ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବା କୋର୍ଟ କହିଛନ୍ତି ।

Leave A Reply

Your email address will not be published.