Latest Odisha News

ଅଣାୟତ୍ତ ଆଳୁ ଦରକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦୋକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ପ୍ରଥମେ ପଶ୍ଚିମବଙ୍ଗ, ପରେ ଉତ୍ତରପ୍ରଦେଶ ଆଉ ତା ପରେ ପଞ୍ଜାବ ଯାଏଁ କଥା ଗଲା ହେଲା ରାଜ୍ୟରେ ଆଳୁ ଦର କମିଲାନି । ଏଭଳି ସ୍ଥିତିରେ ବଳି ପଡୁଛନ୍ତି ସାଧାରଣ ଖାଉଟି ।

ଅନ୍ୟପକ୍ଷରେ ସ୍ଥିତି ହାତ ବାହାରକୁ ଯାଉଥିବା ବେଳେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାରି ଭିତରେ ବଡ ଘୋଷଣା କରିଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଏଣିକି କେଜି ୩୦ ଟଙ୍କାରେ ରାଜ୍ୟ ସରକାର ଆଳୁ ଦେବେ । ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନଥିବାରୁ ରାଜ୍ୟ ସରକାର ନାଫେଡ୍‌ ଜରିଆରେ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ପଅରଦିନ ଭିତରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ । ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଦେବୁ । ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.