Latest Odisha News

BREAKING NEWS

ରାଧେ ମା’ଙ୍କ ବିଗ୍‌ବସ୍‌ ନାଟକ, ଜାଣନ୍ତୁ କିଛି ଅଜଣା କଥା !

ମୁମ୍ବାଇ: ଆତ୍ମଘୋଷିତ ଭଗବାନ ରାଧେ ମା’ ଓରଫ ସୁଖବିନ୍ଦର କୌର । ବୋଧ ହୁଏ ରାଧେ ମା’ଙ୍କ ବିଷୟରେ ଅନେକ ଅଳ୍ପ ବହୁତ ଜାଣିଥିବେ । ପୂର୍ବରୁ ଅନେକ ଥର ରିୟଲିଟି ସୋ’ ବିଗ୍‌ବସ୍‌ରେ ତାଙ୍କ ନାଁ ଶୁଣିବାକୁ ମିଳିଥିଲା । ହେଲେ ଶେଷରେ ଶନିବାର ରାତିରେ ସିଜିନ୍‌-୧୪ର ପ୍ରିମିଅର ଏପିସୋଡରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ କଣ୍ଟେଷ୍ଟାଣ୍ଟ ଭାବେ ନୁହେଁ ବରଂ ପ୍ରତିଯୋଗୀଙ୍କୁ ଆଶିର୍ବାଦ ଦେବା ପାଇଁ ସେ ବିଗ୍‌ବସ୍‌ରେ ସଂପୃକ୍ତ ହୋଇଛନ୍ତି ।

ଏବେ ଆସନ୍ତୁ ରାଧେ ମା’ ଓରଫ ସୁଖବିନ୍ଦର କୌରଙ୍କ ବ୍ୟକ୍ତିଗତ ଜୀବନ ଉପରେ ଟିକେ ଆଲୋକପାତ କରିବା । ଜାଣିବା କେବେ ଓ କେଉଁଠି ଉଭା ହୋଇଥିଲେ ଏହି ରାଧେ ମା’ । ଏବଂ କିପରି ସୁଖବିନ୍ଦରରୁ ପାଲଟିଥିଲେ ଆତ୍ମଘୋଷିତ ଭଗବାନ ।

  • ପଂଜାବର ଦୋରାଙ୍ଗଲା ଜିଲ୍ଲାରେ ଜନ୍ମିଥିବା ସୁଖବିନ୍ଦର ସ୍କୁଲରୁ ପାଠପଢା ଛାଡି ମାତ୍ର ୧୭ ବର୍ଷ ବୟସରେ ବିବାହ କରିଥିଲେ । ବିବାହ ପରେ ୨୦ ବର୍ଷ ବୟସରେ ଦୁଇଟି ପୁତ୍ର ସନ୍ତାନର ଜନନୀ ପାଲଟିଥିଲେ ।
  • ଋାଧେ ମା’ ଅବତାର ପୂର୍ବରୁ ସେ ଟେଲରିଂ କରି କିଛିଟା ରୋଜଗାର କରୁଥିଲେ । ଆର୍ଥିକ ସ୍ଥିତି ଭଲ ନଥିବାରୁ ସ୍ୱାମୀ ମୋହନ ସିଂଙ୍କୁ ସେ ସହାୟତା କରୁଥିଲେ ।
  • ସୁଖବିନ୍ଦର ପ୍ରଥମେ କୌଣସି ଧାର୍ମିକ ସମାରୋହ କିମ୍ବା କାର୍ଯ୍ୟକଳାପରେ ସଂପୃକ୍ତ ନଥିଲେ । ମାତ୍ର ୨୩ ବର୍ଷ ବୟସରଙ୍କ ସେ ପ୍ରଥମେ ହୋସିଆରପୁରର ମହନ୍ତ ରାମ ଦିନଙ୍କ ଦୀକ୍ଷା ନେଇଥିଲେ । ପରେ ମହନ୍ତ ରାମ ଦିନ ହିଁ ତାଙ୍କୁ ରାଧେ ମା’ ନାମରେ ନାମିତ କରିଥିଲେ ।
  • ଲାଲ ରଙ୍ଗ ତାଙ୍କୁ ବହୁତ ପସନ୍ଦ । ଏହି କାରଣରୁ ସେ ସର୍ବଦା ଲାଲ ରଙ୍ଗର ପୋଷାକରେ ନଜର ଆସିଥାନ୍ତି । ଘାଗରା ଓ ଶାଢୀ ତାଙ୍କର ପ୍ରଥମ ପସନ୍ଦ ।
  • ମୁମ୍ବାଇର ବୋରିବଲିରେ ରହୁଥିବା ରାଧେ ମା ନିଜକୁ ଦେବୀ ଦୁର୍ଗାଙ୍କ ଅବତାର ବୋଲି ଘୋଷଣା କରିଛନ୍ତି । ନିଜ ମନ୍ଦିରକୁ ସେ ରାଧେ ମା ଭବନ ଭାବେ ନାମିତ କରିଥିଲାବେଳେ ଶ୍ରୀ ରାଧେ ଗୁରୁ ମା ଚାରିଟେବଲ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ବି ଖୋଲିଛନ୍ତି ।
  • ଫଗୱାରା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ହରିୟାଣା ଓ ପଂଜାବ କୋର୍ଟ ପଂଜାବ ପୋଲିସକୁ ତାଙ୍କ ବିରୋଧରେ ଏତଲା ଦାୟର କରିବାକୁ ଆଦେଶ ଦେଇଛନ୍ତି ।
  • ନିକି ଗୁପ୍ତା ନାମକ ଜଣେ ୩୨ବର୍ଷୀୟା ମହିଳା ରାଧେ ମା’ଙ୍କ ବିରୋଧରେ ଯୌତୁକ ତଥା ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ମୁମ୍ବାଇ ପୋଲିସ ତାଙ୍କୁ ସମନ ଜାରି କରିଥିଲା ।
  • ୭ଜଣଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ତାଙ୍କ ବିରୋଧରେ ଗୁଜରାଟରେ ମଧ୍ୟ ଏକ ମାମଲା ରହିଛି ।
  • ୨୦୧୬ରେ ଏକ ଯୁକ୍ତିତର୍କରେ ରାଧେ ମା’ ତ୍ରିଶୂଳର ସାହାରା ନେଇଥିଲେ । ଏ ନେଇ ସେ ବିବାଦକୁ ଆସିଥିଲାବେଳେ ବିଗ୍‌ବସ୍‌ରେ ବି ତାଙ୍କୁ ତ୍ରିଶୂଳ ସହ ଦେଖିବାକୁ ମିଳିଥିଲା ।
Leave A Reply

Your email address will not be published.