Latest Odisha News

BREAKING NEWS

ଶୁଟର ଶ୍ରେୟାଶୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟର ଶ୍ରେୟାଶୀ ସିଂ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରେୟାଶୀ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯଥାକ୍ରବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୩ ଟ୍ରାପ ଶୁଟିଂ ବିଶ୍ୱକପରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂଙ୍କ ଝିଅ । ବିଜେପି ମୂଖ୍ୟ କାର୍ଯ୍ୟାଳୟରେ ଦଳର ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପାର୍ଟିରେ ମିଶିଥିଲେ ।

ବିହାରର ଅମୁରାପୁର କିମ୍ବା ଜାମୁଇ ଆସନରୁ ସେ ନିର୍ବାଚନ ଲଢ଼ି ପାରନ୍ତ । ତାଙ୍କ ବାପା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ମାଆ ପୁତୁଲ କୁମାରୀ ବାଙ୍କାର ପୂର୍ବତନ ଏମପି ଥିଲେ ।

Leave A Reply

Your email address will not be published.