Latest Odisha News

BREAKING NEWS

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ’ ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ’ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ?

ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ’ ବିଗ୍‌ବସ୍ । ଏହି ସୋ’କୁ ମିଳିଥାଏ ସବୁଠୁ ଅଧିକ ରେଟିଂ । କରୋନାଠୁ ଦୂରେଇ ସୋ’ର ସୁଟିଂ ଶେଷରେ ଆରମ୍ଭ ବି ହୋଇଥିଲା । କିଛି ଦିନ ପୂର୍ବରୁ ବିଗବସ-୧୪ ସେପ୍ଟେମ୍ବରରେ ପ୍ରସାରିତ ହେବା ନେଇ ପ୍ରମୋ ବି ରିଲିଜ ହୋଇଥିଲା । ହେଲେ ତାଜା ରିପୋର୍ଟ ଅନୁଯାୟୀ ମାସେ ପାଇଁ ଏହି ସୋ’କୁ ଘୁଂଚାଇ ଦିଆଯାଇଛି ।

ସାରା ଦେଶରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରି ସ୍ଥିତିରେ ବିଗବସ-୧୪ର ସେଟ୍ ବି କ୍ଷତିଗ୍ରସ୍ତ ହୋଇଛି । ମୁମ୍ବାଇରେ ଥିବା ବିଗ୍‌ବସ୍‌ର ସେଟ୍‌ଗୁଡିକ ପୁନର୍ବାର ମରାମତି ଚାଲିଛି । ସେଟରେ ଥିବା ଘରଗୁଡିକ ଭାଙ୍ଗିରୁଜି ଯାଇଥିବାରୁ ସୋ’କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ।

ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ ବିଗ୍‌ବସ୍‌ର ସମସ୍ତ ପ୍ରତିଯୋଗୀ ପ୍ରଥମେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରତିଦିନ ଘର ସାନିଟାଇଜ ହେବ । ଅନ୍ୟପଟେ ଜେନିଫର ୱିଙ୍ଗେଟଙ୍କୁ ବିଗବସରେ ଅଂଶଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏପରିକି ୩କୋଟି ଟଙ୍କା ଅଫର ବି ହୋଇଥିଲା । ହେଲେ ଜେନିଫର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ।

Leave A Reply

Your email address will not be published.