Latest Odisha News

ବିଗ୍ ବସ୍-୧୬ରେ ଏଣ୍ଟ୍ରି କରିବେ କି ଶେର୍ଲିନ୍ ଚୋପ୍ରା? ଟୁଇଟରେ ସାଜିଦଙ୍କୁ କଲେ ଟାର୍ଗେଟ

ମୁମ୍ବାଇ: ବିଗ୍ ବସ୍ ୧୬ ର ବିବାଦୀୟ ପ୍ରତିଯୋଗୀ ସାଜିଦ୍ ଖାନଙ୍କ ପ୍ରବେଶକୁ ନେଇ ଶେର୍ଲିନ୍ ଚୋପ୍ରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଶେର୍ଲିନ୍ ମଧ୍ୟ ମନ୍ଦାନା କରିମି ଏବଂ କାମିଆ ପଞ୍ଜାବୀ ଭଳି ଏହି ତାଲିକାରେ ସାମିଲ ହୋଇଛନ୍ତି। ଅନେକ ଟିଭି ତାରକା ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ମି ଠୁ ଅଭିଯାନରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ, ଯେଉଁଥିରେ ଶେର୍ଲିନ ଚୋପ୍ରା ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଶେର୍ଲିନ୍ ଟ୍ୱିଟ୍ କରି ବିଗ୍ ବସ୍ ଘରକୁ ଆସିବା ଏବଂ ସାଜିଦଙ୍କ ସାମ୍ନା କରିବା ବିଷୟରେ ଆଲୋଚନା କରିଛନ୍ତି।

ଶେର୍ଲିନ୍ ଚୋପ୍ରା ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ସାଜିଦ୍ ଖାନ୍ ମୋତେ ତାଙ୍କର ପ୍ରାଇଭେଟ ପାର୍ଟ ଦେଖାଇ ମୋତେ ୦ ରୁ ୧୦ ମଧ୍ୟରେ ରେଟିଂ ଦେବାକୁ କହିଥିଲେ। ଏବେ ମୁଁ ବିଗ୍ ବସ୍ ଘରକୁ ଯାଇ ତାଙ୍କୁ ରେଟିଂ ଦେବାକୁ ଚାହୁଁଛି। ଦୟାକରି ଏ ସମ୍ପର୍କରେ ସହଯୋହ କରନ୍ତୁ ସଲମାନ ଖାନ।’ ପୂର୍ବରୁ ବିଗ୍ ବସ୍ ଘରେ ଅନେକ ଶତ୍ରୁ ପରସ୍ପରକୁ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ଏଥର ମଧ୍ୟ ଏହା ଘଟିବ କି ନାହିଁ ତାହା ଦେଖିବାକୁ ବାକି ରହିଲା। ଶେର୍ଲିନ୍ ଚୋପ୍ରାଙ୍କ ଏହି ଟୁଇଟ୍ ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଶେର୍ଲିନ୍ ବର୍ତ୍ତମାନ ପ୍ଲେବୟ ମାଗାଜିନର କଭର ଗାର୍ଲ ଭାବେ କାମ କରୁଛନ୍ତି।

ଶୁଣିବାକୁ ମିଳୁଛି ଯେ ସେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ରିଅଲିଟି ଟିଭି ଶୋ ବିଗ୍ ବସ୍ ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏକ ସାକ୍ଷାତକାର ସମୟରେ ଶେର୍ଲିନ୍ ଚୋପ୍ରା ପ୍ରଶ୍ନ ଉଠାଇଥିଲେ, “ଯଦି ସାଜିଦ୍ ସଲମାନ ଖାନଙ୍କ ଚିହ୍ନାପରିଚୟ ମହିଳାଙ୍କୁ ଅସଦାଚରଣ କରିଥାନ୍ତେ, ତେବେ ସେ ଏଭଳି ବ୍ୟକ୍ତିଙ୍କୁ ବିଗ୍ ବସ୍ ରେ ଯୋଗଦେବାକୁ ଅନୁମତି ଦେଇଥାନ୍ତେ କି?” ଶେର୍ଲିନ୍ ଚୋପ୍ରା ସାଜିଦ ଖାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସୋସିଆଲ ମିଡିଆରେ ଏପରି ବହୁତ କଥା ଲେଖିଛନ୍ତି। ସୂଚନା ଥାଉକି ୱାର୍କ ଫ୍ରଣ୍ଟରେ ଶେର୍ଲିନ୍ ଚୋପ୍ରା ‘କାମାସୁତ୍ରା’, ‘ଚାମେଲି’, ‘ନଟି ବୟ’, ‘ଗେମ’ ଏବଂ ‘ଟାଇମ୍ ପାସ୍’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରି ଲାଇମଲାଇଟକୁ ନଜର ଆସିଥିଲେ।

Comments are closed.