Latest Odisha News

ସ୍କୁଲ ନଯିବା ଜିଦରେ ଦେହରେ କିରାସିନି ଢାଳିଦେଲେ ଛାତ୍ର

ଯାଜପୁର: ଛାତ୍ରଙ୍କୁ ମହଙ୍ଗା ପଡ଼ିଲା ସ୍କୁଲ ନଯିବା ଜିଦ୍‌  । ଟମକା ଥାନା ସମର ପିଟା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲ ନ ଯିବାକୁ ଜିଦ କରି ଦେହରେ କିରାସିନି ଢାଳି ହୋଇ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି ଛାତ୍ର । ଏହି ଘଟଣାକୁ ନେଇ  ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଆହାତ ନାବାଳକ ହେଲେ ସମର ପିଟା ଗାଁ ର ପ୍ରଦୀପ ମହାରଣାଙ୍କ ୧୨ ବର୍ଷର ପୁଅ।

ଦାନଗଦି ବ୍ଲକ ଅନ୍ତର୍ଗତ ଡାହାଣୀ ଗାଡ଼ିଆ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ସେଠାରୁ ଦଶହରା ଛୁଟିରେ ଘରକୁ ଆସିଥିଲେ । ଲକ୍ଷ୍ମୀପୂଜା ବୁଲି ଯିବାକୁ ବାପାଙ୍କୁ କହିଥିଲେ କିନ୍ତୁ ବାପା ୪ ଟା ବେଳେ ସ୍କୁଲରେ ଛାଡିଦେବାକୁ କହି ଚାଲି ଯିବାପରେ ପୁଅଟି ବାପାଙ୍କ କଥାରେ ରାଜି ନ ହୋଇ ଏଭଳି ଏକ ପଦକ୍ଷେପ ନେଇଥିଲେ ।

ବାପା , ମା କାମରେ ବାହାରକୁ ଚାଲିଯିବା ପରେ  ଘରେ ପୁଅ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ପଡିଶା ଲୋକଙ୍କ ଠାରୁ ଖବର ପାଇ ଆହାତ ଅବସ୍ଥାରେ ପୁଅକୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ଏସିବିକୁ ସ୍ଥାନାନ୍ତର କରିଛନ୍ତି ।

 

Leave A Reply

Your email address will not be published.