Latest Odisha News

‘ବିଗ୍‌ ବସ୍‌ ଓଟିଟି’କୁ ଆସିବାର ରହସ୍ୟ ଖୋଲିଲେ ଶମିତା

ନୂଆଦିଲ୍ଲୀ: ‘ବିଗ୍ ବସ୍ ଓଟିଟି’ ଆରମ୍ଭ ହୋଇଛି। ଏହା ଭିତରେ ଶୋ’ରେ ଅଭିନେତ୍ରୀ ଶମିତା ଶେଟ୍ଟୀ ଏକ ଗ୍ରାଣ୍ଡ୍ ଏଣ୍ଟ୍ରି କରିଥିଲେ। ତେବେ ଶମିତାଙ୍କ ଭିଣୋଇ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ରାକେଟ୍‌ ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ଶମିତାଙ୍କ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହା ମଧ୍ୟ ଅନୁମାନ କରାଯାଉଥିଲା ଯେ ସେ ଏହି ସୋ’ରେ ସାମିଲ୍‌ ନ ହୋଇପାରନ୍ତି।

ତେବେ ଶମିତାଙ୍କ ପାଇଁ ଏହା ଏକ ବଡ ନିଷ୍ପତ୍ତି ଥିଲା। ଏଭଳି ପରିସ୍ଥିତିରେ ସେ ‘ବିଗ୍ ବସ୍ ଓଟିଟି’ ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ସେ ‘ବିଗ୍ ବସ୍’ର ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ସେ ଏହାର ଖୁଲାସା କରିଥିଲେ।

ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ କିଛି ଚାଲିଥିଲେ ମଧ୍ୟ ସେ ଶୋ’ରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶମିତା କହିଛନ୍ତି ଯେ ‘ସମୟ ଭଲ ହେଉ ବା ଖରାପ, ଯଦି ଆମେ ନିଶ୍ୱାସ ନେବା ବନ୍ଦ କରିନଥାଉ ତେବେ ଆମେ କାମ କାହିଁକି ଛାଡିବା?’

Comments are closed.