Latest Odisha News

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୬ ବେପାରୀ ଗିରଫ

କଟକ: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ । ଗତକାଲି ଅପରାହ୍ଣରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଗିରଫ ୬ ଅଭିଯୁକ୍ତଙ୍କ ଭିତରେ ୪ ଜଣ ଜଗତସିଂହପୁର ଜିଲ୍ଲାର ଅଛନ୍ତି । ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ।

ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହବାର ଥିଲା । ତାପୂର୍ବରୁ ଖବର ପାଇ ବେଆଇନ୍ ଧଳାଜହର ବେପାରକୁ ପାଣିଚିଆ କରିଦେଲା ପୋଲିସ । ବ୍ରାଉନସୁଗର କାବରାବରରେ ଆଉ କାହାର ସଂପୃକ୍ତି ଅଛି ? କେବାଠାରୁ ଏହି କାରବାର ଚାଲିଥିଲା ? ରାଜ୍ୟର କେୁଁ ସବୁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ଅଧିକ ଖୋଳତାଡ ଜାରି ରହିଛି ।

ଗତ ୫ ମାସ ଭିତରେ କଟକରୁ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ପୋଲିସ କମିଶନର  ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଟୁଇନସିଟିରେ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି । ପୂର୍ବବର୍ଷ ତୁଳନାରେ ଏହି ଅଭିଯାନ ଆହୁରି ଅଧିକ ହେବ ।

Leave A Reply

Your email address will not be published.