ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ ।

ସିପିଆଇଏମଏଲର ଆଦିବାସୀ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ନାରାବାଜି କରିଥିଲେ । ଆଦିବାସୀ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଦିବାସୀଙ୍କୁ ଜଳ, ଜମି, ଜଙ୍ଗଲ ସହ ସେମାନଙ୍କ ମୌଳିକ ସମସ୍ୟା ଏବଂ ଗୁଡାରିଠାରେ ପାଣିଦଙ୍ଗର ପ୍ରକଳ୍ପ ନିର୍ମାଣ ପ୍ରମୁଖ ଦାବି ରହିଛି । ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତେଇ ଦେଇଛନ୍ତି ।
BREAKING NEWS
- ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
- ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ
- ‘କ୍ୟାାଟ କିଲର’ର ଭୟ! ୨୦ ବିଲେଇଙ୍କ ମୃତ୍ୟୁ; ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫୦,୦୦୦ ଟଙ୍କା…
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ

Comments are closed.