Latest Odisha News

BREAKING NEWS

ଇତିହାସରେ ବଡ଼ ରେଳ ଦୁର୍ଘଟଣା, ଯାଇଥିଲା ୬ ଶହ ଜୀବନ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ପରେ ଷ୍ଟେସନ୍ ଦେଇ ଟ୍ରେନ୍ ଅତିକ୍ରମ ବେଳେ ବେଗକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଚାଲିଗଲା ।

ତେବେ ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ରେଳ ଯୋଗୁଁ ଦୈନିକ ୩୨ ଜଣଙ୍କ ମୃତ୍ୟୁ ହେଉଛି । ସବୁଠୁ ଅଧିକ ଟ୍ରେନ୍ ଦୁର୍ଘଟଣା ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ଘଟୁଛି ।

ଏବେ ଆସନ୍ତୁ ନଜର ପକାଇବା ଦେଶରେ ବିଭିନ୍ନ ସମୟରେ ଘଟିଥିବା ବଡ଼ ରେଳ ଦୁର୍ଘଟଣା ଉପରେ…

  • ୧୯୮୧ ଜୁନ୍ ୬ ତାରିଖରେ ବିହାରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ପ୍ରାୟ ୯ ଶହ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ବାଗମତି ନଦୀକୁ ଖସି ପଡ଼ିଥିଲା । ଯାହାକି ଭାରତୀୟ ରେଳ ଦୁର୍ଘଟଣା ଇତିହାସରେ ସବୁଠୁ ବଡ଼ ଦୁର୍ଘଟଣା । ଏଥିରେ ପ୍ରାୟ ୬ ଶହ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
  • ସେହିଭଳି ୧୯୯୫ ଅଗଷ୍ଟ ୨୦ ତାରିଖରେ ଦିଲ୍ଲୀରୁ ବାହାରିଥିବା ୨ଟି ଟ୍ରେନ୍ ଉତ୍ତରପ୍ରଦେଶର ଫିରୋଜବାଦରେ ଧକ୍କା ହେବା ଫଳରେ ପ୍ରାଣ ହାରିଥିଲେ ପ୍ରାୟ ୩୦୦ ଯାତ୍ରୀ । ସେଦିନ ରାତିରେ ଖାଇ ସାରି ଟ୍ରେନରେ ଶୋଇଥାନ୍ତି । ହଠାତ୍ କାଳିନ୍ଦୀ ଏକ୍ସପ୍ରେସ୍ ଏକ ଗାଈକୁ ଧକ୍କା ଦେଇ ଟ୍ରାକ୍ ଉପରେ ଅଟକି ରହିଥିଲା । ଆଉ ପଛରୁ ଆସୁଥିଲା ପୁରୁଷୋତ୍ତମ ଏକ୍ସପ୍ରେସ୍ । କିନ୍ତୁ କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରାକରେ ଛିଡ଼ା ହୋଇ ଥିବା ନେଇ ସିଗନାଲ୍ ମ୍ୟାନ୍ କୌଣସି ସୂଚନା ପୁରୁଷୋତ୍ତମ ଏକ୍ସପ୍ରେସ୍ ଡ୍ରାଇଭରକୁ ଦେଇ ନଥିଲେ । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା ।
  • ୧୯୯୯ ଅଗଷ୍ଟ ୧ ତାରିଖରେ ପଶ୍ଚିମବଙ୍ଗର ଗାଇସାଲ ଷ୍ଟେସନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଆୱାଧ-ଆସାମ ଏକ୍ସପ୍ରେସ୍, ବ୍ରହ୍ମପୁତ୍ର ମେଲକୁ ଧକ୍କା ଦେବା ଫଳରେ ୩୦୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଷ୍ଟେସନ୍ ମାଷ୍ଟରଙ୍କ ଭୁଲ୍ ସୂଚନା ପାଇଁ ଏତେବଡ଼ ଦୁର୍ଘଟଣା ଘଟିଥିଲା ।
  • ୧୯୯୮ ନଭେମ୍ବର ୨୬ ତାରିଖରେ ଟ୍ରେନ୍ ଟ୍ରାକରେ ଫାଟ ଯୋଗୁଁ ୨୧୨ ଜଣ ପ୍ରାଣ ହରାଇଥିଲେ । ପଞ୍ଜାବରେ ଏହି ଦୁର୍ଘଟଣା ଘଟିଥିଲା । କଲିକତାରୁ ଯାଉଥିବା ଜମ୍ମୁ ଏକ୍ସପ୍ରେସକୁ ଧକ୍କା ଦେଇଥିଲା ତାୱି-ସିଲଧ ଏକ୍ସପ୍ରେସ୍ ।
  • ୨୦୧୮ ଏପ୍ରିଲ୍ ୨୬ରେ ଉତ୍ତରପ୍ରଦେଶର କୁଶିନଗରରେ ୧୩ ଜଣ ସ୍କୁଲ୍ ଛୁଆ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପ୍ରାୟ ୨୫ ସ୍କୁଲ୍ ଛୁଆଙ୍କୁ ନେଇ ଯାଉଥିବା ବସକୁ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ଧକ୍କା ଦେଇଥିଲା । ଗୋରଖପୁର ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଜଗୁଆଳୀ ବିହୀନ ରେଳ ଫାଟକରେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.