ପାଟନା: ବିହାରର ଉଦୀୟମାନ ବ୍ୟାଟ୍ସମ୍ୟାନ ସକିବୁଲ ଗଣି ପଦାର୍ପଣ ରଣଜୀ କ୍ରିକେଟ ମ୍ୟାଚରେ ତ୍ରିଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରଣଜୀ ଟ୍ରଫି ପ୍ଲେଟ ଗ୍ରୁପର ମିଜୋରମ ବିପକ୍ଷ ମୁକାବିଲାରେ ସକିବୁଲ ୩୮୭ ବଲର ସମ୍ମୁଖୀନ ହୋଇ ୩୪୧ ରନ କରିଥିଲେ । ତାଙ୍କ ଇନିଂସରେ ୫୦ ଚୌକା ସାମିଲ ଥିଲା । ବିହାର ୩ ୱିକେଟ ହରାଇ ୭୧ ରନ କରିଥିବା ବେଳେ ସକିବୁଲ ବ୍ୟାଟିଂ କରିବାକୁ ଆସି ଏହି ଐତିହାସିକ ଇନିଂସ ଖେଳିଥିଲେ ।
ପ୍ରଥମ ଶ୍ରେଣୀ କ୍ରିକେଟର ପଦାର୍ପଣ ମ୍ୟାଚରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହା ପୂର୍ବରୁ ଅଜୟ ରୋହେରାଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୨୬୭ ରନ କରିଥିଲେ । ବିଶ୍ୱରେକର୍ଡ ଖବର ଶୁଣି ସକିବୁଲ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ।
Comments are closed.