Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମଇଦାନରେ ଚାଲିଛି ରଣନୀତି, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ

ଜଗତସିଂହପୁର : ବଢୁଛି ନିର୍ବାଚନୀ ଉଷ୍ଣତା । ମଇଦାନରେ ଚାଲିଛି ରଣନୀତି । ଭୋଟ୍ ହାତେଇବାକୁ ପ୍ରର୍ଥୀ ମାନଙ୍କ ବିଭିନ୍ନ ପ୍ରୟାସ । ସେହିଭଳି ଆସନ୍ତା ୨୨ତାରିଖରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ପୂରଣ ଓଡ଼ପଡା ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ସମର୍ଥିତ ସମିତି ସଭ୍ୟା ଭାବେ ନିର୍ବାଚନ ଲଢୁଛନ୍ତି ନମିତା ପଟ୍ଟନାୟକ ।

ଅନ୍ୟ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ନିଜ ସପକ୍ଷରେ ବିପୁଳ ଜନ ସମର୍ଥନ ହାସଲ କରୁଥିବାର ଦେଖାଦେଉଛି । ପଞ୍ଚାୟତର ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଶିବରାମ ସାହୁଙ୍କ ସ୍ଥିତି ମଧ୍ୟ ଉତ୍ତମ ରହିଥିବା ଦେଖାଦେଉଛି । ସେହିଭଳି ରଘୁନାଥପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ମମତା ବିଶ୍ୱାଳ ମଧ୍ୟ ଯଥେଷ୍ଟ ଜନ ସମର୍ଥନ ପାଇ ସୁବିଧା ଜନକ ସ୍ଥିତିରେ ରହିଥିବାର ଦେଖିବାକୁ ମିଳୁଛି ।
;

Comments are closed, but trackbacks and pingbacks are open.