Latest Odisha News

BREAKING NEWS

ଲକ୍‌-ଡାଉନରେ କୃଷି ଅଧିକାରୀଙ୍କ ଗାଡି ଅଟକାଇ ଉଠବସ୍ ହେଲେ ପୋଲିସ କର୍ମଚାରୀ !

ବିହାର: ଏଠି ନିୟମ ଭାଙ୍ଗିବା ବି ଭୁଲ, ନିୟମ ମାନିବାକୁ କହିବା ବି ଭୁଲ୍ । ବିହାର ଲକ୍‌-ଡାଉନରେ ବରିଷ୍ଠ କୃଷି ଅଧିକାରୀଙ୍କୁ ପାସ୍ ମାଗିବାରୁ ଜଣେ ପୋଲିସ କର୍ମଚାରୀ ଅପମାନିତ ତଥା ଦଣ୍ଡିତ ହୋଇଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ ଓ ପୋଲିସଙ୍କ ଗହଣରେ ଜଣେ ପୋଲିସ କର୍ମଚାରୀ କାନ ଧରି ଉଠ୍ ବସ୍ ହେବାରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ବିହାରର ଅରାରିଆ ଅଂଚଳରେ ଥିବା ସୁରଜପୁର ବ୍ରିଜ ନିକଟରେ ଘଟିଥିଲା ଏଭଳି ଅଗ୍ରହଣୀୟ ଘଟଣା । ଲକ୍‌-ଡାଉନ ସମୟରେ ଉଠ୍ ବସ୍ ହେଉଥିବା ପୋଲିସ କନେଷ୍ଟବଳ ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ଗାଡିକୁ ଅଟକାଇ ପାସ୍ ମାଗିଥିଲେ ।

ତେବେ ପାସ୍ ବଦଳରେ ଖୋଦ ଜୋକିହାଟ ଥାନା ଅଧିକାରୀଙ୍କ ଉପସ୍ଥିତିରେ କୃଷି ଅଧିକାରୀ ମନୋଜ କୁମାର କନେଷ୍ଟବଳ ଗଣେଶ ଲାଲ ତାତମାଙ୍କୁ ୫୦ଥର ଉଠ୍ ବସ୍ କରାଇଥିଲେ । ଏପରିକି ଥାନା ଅଧିକାରୀ ବି ଗଣେଶଙ୍କୁ ଭିଡିଓରେ ତାଗିଦ କରିବା ନେଇ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ବିହାର ଡିଜିପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.