Latest Odisha News

BREAKING NEWS

ବିପଦରେ ପାକିସ୍ତାନ; ଇମ୍ରାନଙ୍କୁ କରୋନା !

ଇସ୍ଲାମାବାଦ: ଏବେ ପାକିସ୍ତାନ ଘୋର ବିପଦରେ ପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି । ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ବୃଦ୍ଧି ପାଇଛି ।

ପାକିସ୍ତାନ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନରେ ଥିବା ବିଶ୍ୱ ପ୍ରସିଦ୍ଧ ଇଦି ଫାଉଣ୍ଡେସନର ମୁଖ୍ୟ ଅବଦୁଲ୍ ସତ୍ତାରଙ୍କ ପୁଅ ଫୈଜଲ୍ ଇଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ଫୈଜଲ୍ ।

ତେବେ ଇମ୍ରାନଙ୍କୁ ଭେଟିବା ପରେ ଫୈଜଲ୍ କରୋନାର ସମସ୍ତ ଲକ୍ଷଣ ଅନୁଭବ କରିଥିଲେ । ଫୈଜଲ୍ ନମୂନା ପରୀକ୍ଷା କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପାକିସ୍ତାନ ଗଣମାଧ୍ୟମରେ ଏବେ ଇମ୍ରାନଙ୍କ କରୋନା ଟେଷ୍ଟ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଇମ୍ରାନ କରୋନା ଟେଷ୍ଟ କରିଛନ୍ତି କି ନାହିଁ କିମ୍ବା କେବେ ଟେଷ୍ଟ୍ କରିବେ ସେ ନେଇ ପାକିସ୍ତାନରେ ଏବେ ଆଲୋଚନା ଜାରି ରହିଛି ।

କେତେକ ଗଣମାଧ୍ୟମ ଏବେ ପାକିସ୍ତାନ ବିପଦରେ ଏବଂ ଇମ୍ରାନ କରୋନା ଆକ୍ରାନ୍ତ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.