Latest Odisha News

BREAKING NEWS

ତେଜ ପ୍ରତାପଙ୍କ କଥାରେ ନାଚି କନଷ୍ଟେବଳ ନିଲମ୍ବିତ

ପାଟନା: ବିହାର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଧାୟକ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ପୋଲିସ କନଷ୍ଟେବଳ ୟୁନିଫର୍ମ ପିନ୍ଧି ନାଚିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତେଜ ପ୍ରତାପ ମଞ୍ଚ ଉପରୁ ପୋଲିସକର୍ମୀଙ୍କୁ ନାଚିବାକୁ କହୁଥିବାର ଦେଖାଯାଇଛି। ଯଦି ସେ ହୋଲିରେ ନାଚିବେ ନାହିଁ ତାହେଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ଧମକ ମଧ୍ଯ ଦେଇଥିଲେ।

ପାଟନାର ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ବିଧାୟକ ତେଜ ପ୍ରତାପଙ୍କ ନିର୍ଦ୍ଦେଶକ୍ରମେ ସାର୍ବଜନୀନ ସ୍ଥାନରେ ୟୁନିଫର୍ମ ପିନ୍ଧି ନାଚିଥିବା କନଷ୍ଟେବଳ ଦୀପକ କୁମାର (ବଡିଗାର୍ଡ)ଙ୍କୁ ପଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ, ତେଜ ପ୍ରତାପ ଯେଉଁ ସ୍କୁଟରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇଥିଲେ ପୋଲିସ ସେହି ସ୍କୁଟରର ଚାଲାଣ ମଧ୍ଯ କାଟିଛି।

ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଗୃହ ପାଖରେ ହେଲମେଟ ନ ପିନ୍ଧି ସ୍କୁଟର ଚଲାଇବା କାରଣରୁ ତେଜ ପ୍ରତାପଙ୍କ ନାମରେ ୪୦୦୦ ଟଙ୍କାର ଚାଲାଣ କଟାଯାଇଥିବା କଥା ଟ୍ରାଫିକ ପୋଲିସ କହିଛନ୍ତି।ତେବେ ସ୍କୁଟରର ବୀମା ଏବଂ ପ୍ରଦୂଷଣ ପ୍ରମାଣପତ୍ରର ସମୟ ସୀମା ଶେଷ ହୋଇଯାଇଥିବା କଥା ମଧ୍ଯ ଜଣାପଡିଛି।

 

Comments are closed.