Latest Odisha News

BREAKING NEWS

ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ

ପାଟଣା: ବିହାରରେ ଘଟିଛି ଅଜବ ଘଟଣା। ଯୁବକଙ୍କ କାମୁଡାରେ ସାପର ମୃତ୍ୟୁ ଘଟିଛି। ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର।

ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର ଶ୍ରମିକ ଭାବେ କାମ କରନ୍ତି। ସେ ତୁରନ୍ତ ସାପକୁ ନିଜ ହାତରେ ଧରି ପକାଇବା ସହ ତାକୁ ଦୁଇ ଥର କାମୁଡ଼ି ଦେଇଥିଲେ। ସାପକୁ ଦୁଇ ଥର ଜୋରରେ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ମଧ୍ୟ ହୋଇଥିଲା। କିନ୍ତୁ ଲୋହାର ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ।

ପରେ ତାଙ୍କୁ ତୁରନ୍ତ ରାଜୌଲି ସବଡିଭିଜନ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ବେଳେ ଲୋହାର ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଛନ୍ତି। ତେବେ ସନ୍ତୋଷଙ୍କ କହିବାନୁଯାୟୀ, ଯଦି କାହାକୁ ସାପ କାମୁଡ଼ିଥାଏ ତେବେ ଏହାର ପ୍ରଭାବକୁ କମ କରିବା ପାଇଁ ହେଲେ ସାପକୁ କାମୁଡିବାକୁ ହେବ । ଯାହାଦ୍ୱାରା ଉକ୍ତ ମଣିଷର ବିଷ ସାପ ଦେହକୁ ଚାଲିଯାଇଥାଏ।

Comments are closed.