Latest Odisha News

BREAKING NEWS

ତେଜୁଛି ନାମ ବଦଳ ରାଜନୀତି: ନେହରୁଙ୍କ ପରେ ପଡ଼ିଲା ଅଟଳଙ୍କ ପାଳି

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି ।  କେତେବେଳେ  ଦଳ ବଳଦ  ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଥିଲା । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଥିଲା କଂଗ୍ରେସ । ବିଜେପି ଏନଏମଏମଏଲ(NMML)କୁ ବଦଳାଇ PMML ଅର୍ଥାତ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀ କରିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।

ନେହରୁଙ୍କ ପରେ ପଡିଛି ଅଟଳଙ୍କ ପାଳି । ନିକଟରେ ବିହାରରର ଏକ ପାର୍କର ନାମ ବଦଳାଯାଇଛି । ଅଟଳ ବିବହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇଥିବା ବିହାରର ଏକ ପାର୍କର ନାମ ପରିବର୍ତ୍ତନ କରାଯାଇଛି ।  ଏହି ପାର୍କର ନାମ ଥିଲା ଅଟଳ ବିହାରୀ ବାଜପେୟୀ ପାର୍କ । ହେଲେ ବିହାରର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ତେଜ ପ୍ରତାପ  ଏହାର ନାମ ବଦଳାଇ ରଖିଛନ୍ତି କୋକାନଟ ପାର୍କ ରଖିଛନ୍ତି ।

ବିହାରର ପାଟନାସ୍ଥିତ କଙ୍କଡାବାଗଠାରେ ଥିବା ଏହି ପାର୍କର ନାମ ପ୍ରଥମେ ଥିଲା କୋକାନଟ ପାର୍କ । ୨୦୧୮ରେ ଏହାର ନାମ ପରିବର୍ତ୍ତନ କରି ଅଟଳ ବିହାରୀ ବାଜପେୟୀ ରଖାଯାଇଥିଲା । ଏବେ ମନ୍ତ୍ରୀ ତେଜପ୍ରତାପ ଏହାର ନାମ ପରିବର୍ତ୍ତନ କରି ପୁଣି ପୁରୁଣା ନାଁ  ରଖାଯିବ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି ।

ବିଜେପି ନେତା ଅରବିନ୍ଦ କୁମାର ସିଂହ କହିଛନ୍ତି, ୨୦୧୮ରେ ଏହାର ନାଁ ବଦଳି ଅଟଳ ବିହାରୀ ପାର୍କ କରାଯାଇଥିଲା । ହେଲେ ତେଜପ୍ରତାପ ଏ ନାଁକୁ ପଦଳାଇ ଦେଲେ । ଏଠାରେ ଦୋମୁହଁ ସରକାର ଚାଲିଛି ବୋଲି କହି ତୀବ୍ର ସମାଲଚୋନା କରିଛନ୍ତି । ସେ କହିଛନ୍ତି, ଗୋଟିଏ ପଟେ ନୀତିଶ କୁମାର ଅଟଳ ବିହାରୀ ବାଜପେୟୀଙ୍କ ସମାଧିରେ ମାଲ୍ୟାର୍ପଣ କରୁଛନ୍ତି ଅନ୍ୟପଟେ ତାଙ୍କର ମନ୍ତ୍ରୀ ତେଜ ପ୍ରତାପ ଯାଦବ ପାର୍କର ନାଁ ବଦଳାଇ ଅଟଳ ବିହାରୀଙ୍କ ନାଁ ହଟାଇ ଦେଉଛନ୍ତି । ତେବେ ବିଜେପି ଏହକୁ ବିରୋଧ କରିଛି ।

ସୂଚନାଥାଉ କି, ଏହି ପାର୍କ ଅଟଳଜୀଙ୍କ ନାମରେ ନାମିତ କରାଯିବା ପରେ ଏଠାରେ ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି । ବାହାରେ ଅଟଳଜୀଙ୍କ ନାଁର ଏକ ବୋର୍ଡ ମଧ୍ୟ ଲାଗିଛି । ଅବଶ୍ୟ ଏହି ପ୍ରତିମୂର୍ତ୍ତି କିମ୍ବା ବୋର୍ଡକୁ ହଟା ଯାଇନାହିଁ ।

ଯାହା ବି ହେଉ, ଏପରି ନାମ ବଦଳ ନୀତିକୁ ନେଇ ଖାଲି ରାଜ୍ୟ ରାଜନୀତି ନୁହେଁ, ଜାତୀୟ ରାଜନୀତି ବି ସରଗରମ ହୋଇ ପଡିଛି ।

Leave A Reply

Your email address will not be published.