Latest Odisha News

BREAKING NEWS

ସନ୍ନି ଦେଓଲଙ୍କ ପାଇଁ ଆଶ୍ବସ୍ତି: ନିଲାମ ହେବନି ବଙ୍ଗଳା, ବ୍ୟାଙ୍କ ବଦଳାଇଲା ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲ  । ବର୍ତ୍ତମାନ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ଗଦର-୨କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ରୋଜଗାର କ୍ଷେତ୍ରରେ ବି ଏହି ଚଳଚ୍ଚିତ୍ର ବେଶ୍ ହଇଚଇ ସୃଷ୍ଟି କରିଛି  । କିନ୍ତୁ ଏହାରି ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଥିଲା । ବ୍ୟାଙ୍କ ଅଫ ବରୋଦା ସନ୍ନିଙ୍କ ଜୁହୁରେ ଥିବା ବଙ୍ଗଳାକୁ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲା । ୨୫ ସେପ୍ଟେମ୍ବରରେ ତାଙ୍କ ବଙ୍ଗଳା ନିଲାମ କରାଯିବ ବୋଲି କୁହାଯାଇଥିଲା  । ବର୍ତ୍ତମାନ ବ୍ୟାଙ୍କ ଏହା ଉପରେ ରୋକ ଲଗାଇଛି  ।

ସନ୍ନି ଦେଓଲ ତାଙ୍କ ଜୁହୁ ବଙ୍ଗଳା ଉପରେ ୫୬ କୋଟି ଟଙ୍କା ରୁଣ ନେଇଥିଲେ । ଯାହା ସେ ଫେରସ୍ତ କରିପାରିନଥିଲେ  । ଏହାପରେ ବ୍ୟାଙ୍କ ଏକ ନୋଟିସ୍ ଜାରି କରିଥିଲା । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ନିଷ୍ପତ୍ତି ବଦଳାଇ ନିଲାମ ଉପରେ ପ୍ରତିବନ୍ଧକ ଲଗାଇଛି ।ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା  ବିଜ୍ଞପ୍ତିରେ କୁହାଯାଇଛି ଯେ ରୁଣ ରାଶି ପୁନରୁଦ୍ଧାର ପାଇଁ ତାଙ୍କ ବଙ୍ଗଳାକୁ ଇ-ନିଲାମ କରାଯିବ  । କିନ୍ତୁ ବର୍ତ୍ତମାନ ସନ୍ନି ଦେଓଲଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି  । ଯେଉଁଥିରେ ତାଙ୍କ ବଙ୍ଗଳା ନିଲାମ ହେବନାହିଁ ବୋଲି ସୂଚନା ରହିଛି ।

Leave A Reply

Your email address will not be published.