Latest Odisha News

Gadar 2 Vs OMG 2: ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

ମୁମ୍ବାଇ: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା  ‘ଗଦର ୨’ ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଏମଜି ୨’ । କିନ୍ତୁ ସନ୍ନି ଦେଓଲଙ୍କ ଅଭିନୀତ ଗଦର ୨କୁ ନେଇ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ ‘ଗଦର ୨’ କୁ ନେଇ କ୍ରେଜ୍ ବଢୁଛି।  ‘ଗଦର ୨’ର କଲେକସନ୍ ମଧ୍ୟ ବେଶ ଅଧିକ ହେଉଛି। ସେହିପରି ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଏମଜି ୨’ ବକ୍ସ ଅଫିସରେ ଏତେ ଖାସ୍ କଲେକସନ୍ କରି ପାରିନି।  ତେବେ, ଆସନ୍ତୁ ଜାଣିବା ‘ଗଦର ୨’ ଓ  ‘ଓଏମଜି ୨’ ରିଲିଜ୍ ହେବାର ୧୦ ଦିନ ମଧ୍ୟରେ କେତେ ବ୍ୟବସାୟ କରିଛି।

‘ଗଦର ୨’ ପ୍ରଥମ ଦିନରୁ ଦର୍ଶକଙ୍କ ଦିଲରେ ରାଜ୍‌ କରୁଛି । ଫିଲ୍ମରେ ତାରା ଏବଂ ସକିନାଙ୍କ ଯୋଡିକୁ ପୁଣି ଥରେ ବଡ ପରଦାରେ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି । ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମଧ୍ୟ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ରିପୋର୍ଟ ଅନୁଯାୟୀ, ‘ଗଦର ୨’ ଶନିବାର ଦିନ ୩୧.୦୭ କୋଟି ବ୍ୟବସାୟ କରିଥିଲା । ଦଶମ ଦିନରେ ଏହା ୪୧ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଫିଲ୍ମର ମୋଟ ଆୟ ବର୍ତ୍ତମାନ ୩୭୭.୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ରିଲିଜ୍ ହେବାର ଦଶମ ଦିନରେ ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨ ‘ ବକ୍ସ ଅଫିସରେ ଏତେ ଖାସ୍ କଲେକସନ୍ କରି ପାରିନି । ଏହି ଚଳଚ୍ଚିତ୍ରଟି ଶନିବାର ଦିନ ୧୦.୫୩ କୋଟି କଲେକ୍ସନ କରିଛି । ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କ ଫିଲ୍ମ ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ରବିବାର ଦିନ ୧୨.୭୦ କୋଟି କଲେକ୍ସନ କରିଛି । ଏହା ସହିତ ଅକ୍ଷୟଙ୍କ ଫିଲ୍ମ ୧୧୪.୩୧ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଆଗାମୀ ଦିନରେ ଫିଲ୍ମଟି ୧୫୦ କୋଟି କ୍ଲବରେ ସହଜରେ ଏଣ୍ଟ୍ରି କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.