Latest Odisha News

BREAKING NEWS

Bihar Result: ବିହାର ନିର୍ବାଚନ ଫଳାଫଳ: ସଂଖ୍ୟାଗରିଷ୍ଠତା ଟପି ଆଗୁଆ ଅଛି ଏନ୍‌ଡ଼ିଏ

ପାଟନା: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନର ଫଳାଫଳ ଆଜି ଘୋଷଣା ହେବ। ଭୋଟ୍ ଗଣତି ଜାରି ରହିଚନ୍ତି । ଏନ୍‌ଡିଏ ଏବଂ ବିରୋଧୀ ମହାଗଠବନ୍ଧନ ମଧ୍ୟରେ ବିଗ୍ ଫାଇଟ୍ ଚାଲିଛି । ବିହାର ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଥିବା ଟ୍ରେଣ୍ଡ ଅନୁଯାୟୀ, NDA ସରକାର ପୁଣି ଥରେ ଗଠନ ହେବା ନିଶ୍ଚିତ ବୋଲି ବିବେଚନା କରାଯାଉଛି। ବମ୍ପର ଗତିରେ ଆଗକୁ ବଢୁଛି ଏନଡିଏ । ଏକଜିଟ୍ ପୋଲ ଆକଳନ ସତ ହେବାକୁ ଯାଉଛି। ମ୍ୟାଜିକ୍ ନମ୍ବର ୧୨୨ ପାର୍ କରି ଅନେକ ଆସନରେ ଟ୍ରେଣ୍ଡ କରୁଛି ଏନ୍‌ଡିଏ। ଏନଡିଏ ୧୯୦ ଆସନରେ ଆଗୁରେ ଚାଲିଛି।

କ୍ଲିନ ସୁଇପ୍ କରିବା ପଥରେ ଆଗଉଛି ଏନଡିଏ । ବହୁ ପଛରେ ପଡିଛି ତେଜସ୍ୱୀଙ୍କ ମହାଗଠବନ୍ଧନ । ତେଜପ୍ରତାପଙ୍କ ତେଜ ଦେଖିବାକୁ ମିଳୁନାହିଁ । ମହାମେଣ୍ଟ ୫୦ ଆସନରେ ଆଗରେ ରହିଛି । ସେହିପରି ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ୨ଟି ଆସନରେ ଲିଡ୍ କରୁଛି ।​​​​​​​ ଏନଡିଏର ସହଯୋଗୀ ଦଳ ବିଜେପି ୮୪, ଜେଡିୟୁ ୭୫, ଏଲଜେପି (ଆରଭି) ୨୨, ଏଚଏଏମଏସ ୪, ଆସନରେ ଲିଡ୍ କରଛନ୍ତି । ସେହିପରି ମହାମେଣ୍ଡ ୪୯ ଆସନରେ ଆଗୁଆ ଅଛି । ସହଯୋଗୀ ଆରଜେଡି ୩୬, କଂଗ୍ରେସ ୭ ଓ ସିପିଆଇ(ଏମଏଲ)୬ ସିଟ୍‌ରେ ଆଗୁଆ ରହିଛି ।

ସମୟ ଗଡିବା ସାଙ୍ଗକୁ ଆସନ ଗୁଡିକ ଆଗପଛ ହେଉଛି ।ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଏମ୍‌ଜିବି ପୂରା ନିରାଶ । ମହାମେଣ୍ଟର ନୈରାଶ୍ୟଜନକ ଅବସ୍ଥା ଦେଖିବାକୁ ମିଳିଛି । ଏନଡିଏ ୧୯୦ ଆସନ ଯାହା ମ୍ୟାଜିକ ନମ୍ବର ୧୨୨ଠୁ ଢେର ଆଗରେ ଥିବା ବେଳେ ମହାମେଣ୍ଟ ୫୦ ଆସନରେ ଲିଡ୍ କରୁଛି । ଏହି ଟ୍ରେଣ୍ଡ ଦେଖି ଲାଗୁଛି କଂଗ୍ରେସ ଇସିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଏମିତି ଲାଗୁଛି କି, ପ୍ରତିଯୋଗିତା ନିର୍ବାଚନ ଆୟୋଗ ଓ ବିହାର ଜନତାଙ୍କ ମଧ୍ୟରେ ହେଉଛି । ଲାଗୁଛି ଜ୍ଞାନେଶ କୁମାର ସଫଳ ହେଉଛନ୍ତି । ଅଧିକାଂଶ ଏକଜିଟ ପୋଲରେ ଏନଡିଏର ବିଜୟ ନେଇ ଆକଳନ କରାଯାଇଥିବାବେଳେ ନୀତିଶ କୁମାରଙ୍କ ଶାସନ ଏବଂ ତାଙ୍କ ପଦକ୍ଷେପ ଏହି ବିହାର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଏବଂ ପ୍ରଚାର ମଧ୍ୟ ଏନଡିଏର ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ବି ବହୁମତ ମିଳିବା ନେଇ ଦାବି କରୁଛନ୍ତି ।

Comments are closed.