Latest Odisha News

BREAKING NEWS

ଏହି ରାଜ୍ୟରେ କୋହଳ ହେଲା କରୋନା କଟକଣା; ଜାରି ରହିବ ନାଇଟ୍‌ କର୍ଫ୍ୟୁ

ପାଟନା: ବିହାରରେ କୋହଳ ହେଲା କରୋନା କଟକଣା। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବିହାର ସରକାର କିଛି ମାତ୍ରାରେ କୋହଳ କରିଛନ୍ତି। ଏ ନେଇ ବିହାର ସିଏମ ନୀତୀଶ କୁମାର ଘୋଷଣା କରିଛନ୍ତି।

ଆଗାମୀ ଏକ ସପ୍ତାହ ପାଇଁ ଏହି କଟକଣାକୁ କୋହଳ କରାଯାଇଛି। ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିହାର ସିଏମ୍‌।

ଲକଡାଉନ୍ କୋହଳ ହେଲେ ବି ସନ୍ଧ୍ୟା ୭ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ପୂର୍ବ ଭଳି ନାଇଟ୍‌ କର୍ଫ୍ୟୁ ଜାରି ରହିବ। ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଅପରାହ୍ନ ୪ ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ।

ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ଏବଂ ଘରୋଇ ଯାନବାହାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ।

Leave A Reply

Your email address will not be published.