Latest Odisha News

BREAKING NEWS

ଗଙ୍ଗା ନଦୀ କରୋନା ସଂକ୍ରମିତ?

ନୂଆଦିଲ୍ଲୀ: ନିକଟରେ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଗଙ୍ଗା ନଦୀରେ କୁଢ କୁଢ ଶବ ଉଦ୍ଧାର କରାଯାଇଥିଲା। ଏହି ମୃତ ଶରୀରଗୁଡ଼ିକ ଅନ୍ୟ କାହାର ନୁହେଁ ବରଂ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଥିଲା ବୋଲି ଜଣାପଡ଼ିଥିଲା।

ଏହାପରେ ଗଙ୍ଗା ନଦୀରେ କରୋନା ଭୂତାଣୁର ଉପସ୍ଥିତିକୁ ଆକଳନ କରିବାକୁ କେନ୍ଦ୍ର ଏକ ଅଧ୍ୟୟନ କରୁଛି।

ପର୍ଯ୍ୟାୟକ୍ରମେ ଏହି ଅଧ୍ୟୟନ ଚାଲିଛି ଏବଂ କନ୍ନୁଜ ଏବଂ ପାଟନା ଠାରୁ ୧୩ ଟି ସ୍ଥାନରୁ ପ୍ରଥମ ନମୁନା ସଂଗ୍ରହ କରାଯାଇସାରିଛି ବୋଲି ଲକ୍ଷ୍ନୌ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ସରୋଜ ବାଟିକ୍ କହିଛନ୍ତି।

ସୂଚନା ଅନୁଯାୟୀ ଅଧ୍ୟୟନ ସମୟରେ, ପାଣିରେ ଉପସ୍ଥିତ ଥିବା ଭାଇରସ୍ ର ଆର୍‌ଏନ୍‌ଏ ବାହାର କରାଯିବ ଏବଂ ଏଥିରେ କରୋନା ଭୂତାଣୁର ଉପସ୍ଥିତି ଜାଣିବା ପାଇଁ ଆରଟି- ପିସିଆର୍‌ ପରୀକ୍ଷା କରାଯିବ ବୋଲି ବାଟିକ୍ କହିଛନ୍ତି। ଆଇଆଇଟିଆର୍‌ ସିଏସ୍‌ଆଇଆର୍‌ ଅଧୀନରେ ଥିବା ଏକ ଅନୁଷ୍ଠାନ ବୋଲି ସେ କହିଛନ୍ତି।

ଏହି ଅଧ୍ୟୟନରେ ନଦୀର ଜୈବିକ ବୈଶିଷ୍ଟ୍ୟ ଉପରେ ଯାଞ୍ଚ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନମୁନା ନେବା ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.