Latest Odisha News

ବିହାରରେ ଉଗ୍ର ରୂପ ନେଉଛି ହିଂସା:୧୦୨ ଗିରଫ

ପାଟନା:ରାମ ନବମୀ ଅବସରରେ ବିହାରରେ ଦେଖା ଦେଇଥିବା ହିଂସା ଭୟଙ୍କର ରୂପ ନେଉଛି ।  ଶନିବାର ଏହି ହିଂସା ପୁଣି ଉଗ୍ର ରୂପ ନେଇଛି । ଶରିଫ ଏବଂ ସାସାରାମରେ ସଂଘର୍ଷ ଘଟିଛି । ପରିସ୍ଥିତି ଗୁରୁତର ହେଉଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୧୦ ପାରାମିଲିଟାଣୀ ଫୋର୍ସ ବିହାରକୁ ପଠାଯାଇଛି ।

ଶରିଫର ପାହାଡପୁରରେ ଶନିବାର ସନ୍ଧ୍ୟାରେ ୧୨ ରାଉଣ୍ଡ ଗୁଳି ଫୁଟିଥିଲା । ସେହିପରି ସାସାରାମ ଅଧୀନ ଶେରଗଞ୍ଜରେ ଥିବା ଏକ ଧାର୍ମିକ ସ୍ଥଳରେ କେହି ବୋମା ଫିଙ୍ଗିଥିଲେ । ଗୃହମନ୍ତ୍ରୀ କହିଛନ୍ତି, କିଛି ଇଲାକାରେ ବିହାରର ସମ୍ବେଦନଶୀଳ ଇଲାକାରେ ଅର୍ଦ୍ଧସାମରିକ ବଳ ମୁ୍ତୟନ କରାଯାଇଛି । ଆଉ କିଛି କମ୍ପାନୀ ଆଜି ପହଞ୍ଚିବେ । ମିଳିଥିବା ଖବର ଅନୁଯାୟୀ, ୧୦ ପାରା ମିଲିଟାରୀ କମ୍ପାନୀ ବିହାର ପଠା ଯାଇଛି । ଏଥିରେ ସିଆରପିଏଫ, ଏସଏସବି, ଆଇଟିବିପି ଯବାନ ସାମିଲ ଅଛନ୍ତି ।

ବିହାର ଶରିଫରେ ହୋଇଥିବା ସାଂପ୍ରଦାୟିକ ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତରାତିରେ ପାହାଡପୁରରେଳ ହୋଇଥିବା ଗୁଳିମାଡରେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିହାର ହିଂସା ଘଟଣାରେ ବର୍ତ୍ତମାନ ୧୦୬ ଜଣଙ୍କୁ ଗିରଫ କରି ସାରିଲାଣି ପୋଲିସ । ଏଥି ମଧ୍ୟରୁ ଶରିଫରୁ ୮୦ ଏବଂ ସାସାରାମରୁ ୨୬ ଲୋକ ଗିରଫ ହୋଇଛନ୍ତି।

Leave A Reply

Your email address will not be published.