Latest Odisha News

BREAKING NEWS

ଆର ପାରିରେ ପୂର୍ବତନ କ୍ରିକେଟର ସଲୀମ ଦୂରାନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ପୂର୍ବତନ ଅଲରାଉଣ୍ଡର ଭାରତ ପକ୍ଷରୁ ୨୯ ଟେଷ୍ଟ ଖେଳି ୧୨୦୨ ରନ ଓ ୭୫ ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୭୦ ମ୍ୟାଚରେ ୮୫୪୫ ରନ ଓ ୪୮୪ ୱିକେଟ ନେଇଛନ୍ତି । ୧୧ ସେପ୍ଟମ୍ବର ୧୯୩୪ରେ ସଲୀମଙ୍କ ଜନ୍ମ ଆଫଗାନିସ୍ତାନରେ ହୋଇଥିଲା । ଭାରତ-ପାକ ବିଭାଜନ ପରେ ଦୂରାନୀଙ୍କ ପରିବାର ଭାରତରେ ଆସି ରହିଥିଲେ । ୧୯୬୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୬୧ରେ ପ୍ରଥମ କ୍ରିକେଟର ଭାବେ ସେ ଅଜୁର୍ନ ପୁରସ୍କାର ପାଇଥିଲେ ।

୧୯୭୩ରେ ତାଙ୍କୁ ଟିମରୁ ବାହାର କରାଯିବା ନେଇ ପ୍ରଶଂସକମାନେ ତୀବ୍ର ବିରୋଧ କରିଥିଲେ । ଏହା ପରେ ମୁମ୍ବାଇରେ ତାଙ୍କୁ ବିସିସିଆଇ ଖେଳାଇବାକୁ ବାଧ୍ୟ ହୋଇଥିଲା । ୧୯୭୩ରେ ଶେଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଅବସର ଘୋଷଣା କରିଥିଲେ । ବଲିଉଡ ଫିଲ୍ମ ଚରିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ ।

Leave A Reply

Your email address will not be published.