Latest Odisha News

BREAKING NEWS

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଓଡିଶାରେ ମଧ୍ୟ ଅନ୍ୟରାଜ୍ୟ ପରି ସଂକ୍ରମଣ ବଢୁଛି । ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ପିଜଟିଭି ହାର ଡବଲ ହେଉଛି । ଆମେ ସେହିଭଳି ଭାବେ ପ୍ରସ୍ତୁତ ହେବାକୁ ପଡିବ। ଦୁଇ ତିନି ଦିନ ଭିତରେ ପଜିଟିଭ ହାର ୧ ପ୍ରତିଶତରୁ ଅଧିକ ହେଲାଣି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ, ଅକ୍ସିଜେନ, ଭିତ୍ତିଭୂମି ସଜାଡିବା ପାଇଁ ପ୍ରସ୍ତୁତି ଚାଲିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା ସହ ଟେଷ୍ଟିଂ , ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ସଂକ୍ରମଣ ରୋକିବା ପାଇଁ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦ୍ୱିତୀୟ ଲହର ପିକ୍ ସମୟରେ ଯେତିକି ବେଡ ଓ ଭିଭିଭୂମି ଥିଲା ସେହିଅନୁସାରେ ପ୍ରାଇଭେଟ୍ ଓ ସରକାରୀ ହସ୍ପିଟାଲ ପ୍ରସ୍ତୁତି ଚାଲିଛି । ଲୋକମାନଙ୍କୁ ନିୟମ ମାନି ଚଳିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.