ଭୁବନେଶ୍ୱର: ରାଜ୍ୟରେ ୧୫ରୁ ୧୮ବର୍ଷ ବୟସର କିଶୋରଙ୍କୁ ଟିକାକରଣ କରାଯାଉଛି । ଗତକାଲି ୧ହଜାର ୧୨୫ଟି ସ୍ୱତନ୍ତ୍ର କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଗୋଟିଏ ଦିନରେ ୮୦ହଜାର ୯୨୭ଜଣ ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ୍ ୨ ଲକ୍ଷ ୬୪ହଜାର ୬୯୦ ଡ଼ୋଜ୍ ଟିକା ଦିଆସରିଲାଣି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେଉଁ ଟିକାର ବୁଷ୍ଟର ଡ଼ୋଜ୍ ଦିଆଯିବ ତାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଲିଖିତ ଚିଠି ଆସିନି । ଦୁଇଟି ଡ଼ୋଜ ଟିକା ନେଇଥିବା ବ୍ୟକ୍ତି ବୁଷ୍ଟର ଡ଼ୋଜ ଲାଗି ନିଜର ମୋବାଇଲ ନମ୍ବର ଦେବେ । ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡ଼ୋଜ ନେଇପାରିବେ । ରାଜ୍ୟରେ ୨୭ଲକ୍ଷ ଲୋକ ପ୍ରଥମ ଡ଼ୋଜ୍ ଏଯାଏଁ ନେଇନାହାନ୍ତି । ୨୬ଲକ୍ଷ ଲୋକ ପ୍ରଥମ ଡ଼ୋଜ୍ ନେବା ପରେ ଦ୍ୱିତୀୟ ଡ଼ୋଜ୍ ନେଇନାହାନ୍ତି । ଯେଉଁଥିପାଇଁ ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଛି ।
Comments are closed.