Latest Odisha News

BREAKING NEWS

ବାରବାଟୀ ଟି୨୦: ସର୍ଭର କ୍ରାଶ ପରେ ବିକ୍ରି ହେଲା ୫୦୦୦ ଅନଲାଇନ ଟିକେଟ, ଓସିଏର ପ୍ରସ୍ତୁତି ବୈଠକ

କଟକ: ବାରବାଟୀରେ ଜୁନ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ । ଏଥିନେଇ ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ୧୧ଟା ବେଳେ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । ମାତ୍ରାଧିକ ବ୍ୟକ୍ତି ଏହାକୁ ବ୍ୟବହାର କରିବା ଯୋଗୁ ସର୍ଭର କ୍ରାଶ ହୋଇ ଯାଇଥିଲା । ୨ଘଂଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ ପରେ ଏହାକୁ ଠିକ କରାଯାଇ ପାରିଥିଲା । ଶେଷରେ ପେଟିଏମ ଆପ ଠିକ ହୋଇଥିଲା ଏହା ପରେ ଉଦ୍ଦିଷ୍ଟ ୫୦୦୦ ଟିକେଟ ସଙ୍ଗେ ସଙ୍ଗେ ବିକ୍ରି ହୋଇ ଯାଇଥିଲା । ରିପୋର୍ଟ ମୁତାବକ ଗ୍ୟାଲେରୀ ୨ର ୧୨୧୯(୭୦୦ ଟଙ୍କା), ଗ୍ୟାଲେରୀ ୪ର ୧୨୧୯(୭୦୦ ଟଙ୍କା), ଗ୍ୟାଲେରୀ ୭ର ୨୨୮୨(୬୦୦), ନୂତନ ପ୍ୟାଭିଲିୟନ ୧୦୦(୮୦୦୦), ସ୍ପେଶିଆଲ ଏନକ୍ଲୋଜର ୧୬୨(୫୦୦୦) ଓ ଏସି ବକ୍ସର ୧୮ (୭୦୦୦) ଟିକେଟ ଏ ବାବଦକୁ ବିକ୍ରି ହୋଇଛି ।

ଓସିଏ ପ୍ରସ୍ତୁତି ବୈଠକ: ବାରବାଟୀ ଟି୨୦ ପାଇଁ ବୁଧବାର ଓସିଏ କନଫେରେନ୍ସ ହଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏହାକୁ ପରିଚାଳନା କରିଥିଲେ । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଉପସ୍ଥିତ ଥିଲେ । ଓଏଏ ସେକ୍ରେଟାରୀ ଆଶୀର୍ବାଦ ବେହେରା, ଅଭିଜିତ ପଲ, ଓସିଏ ସେକ୍ରେଟାରୀ ସଞ୍ଜୟ ବେହେରା ଏହାକୁ ଅନ୍ୟମାନଙ୍କ ସହ ସୁଚାରୁରୂପେ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ସଫଳତାପୂର୍ଣ୍ଣ ପରିଚାଳନା କରିବା ପାଇଁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ସେମାନେ ମତ ଦେଇଥିଲେ ।

Leave A Reply

Your email address will not be published.