Latest Odisha News

BREAKING NEWS

ବିଜେପୁର ନିର୍ବାଚନରେ କଂଗ୍ରେସ ପରାଜିତ ହେବ; ସ୍ୱୀକାର କଲେ ସୁର ରାଉତରାୟ

ବରଗଡ଼: ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଜେପୁରରେ ପ୍ରଚାର ସରଗରମ ହେବା ସହିତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡ଼ି ଓ ବିଜେପିର ଜୋରସର୍ ପ୍ରଚାରକୁ ଲକ୍ଷ୍ୟ କରି କଂଗ୍ରେସ ଏହି ନିର୍ବାଚନରେ ପରାଜିତ ହେବା ନିଶ୍ଚିତ ବୋଲି ଆଗୁଆ ସ୍ୱୀକାର କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଗୁରୁବାର ଦିନ ଗଣମାଧ୍ୟମରେ ସ୍ୱୀକାର କରି କହିଛନ୍ତି କଂଗ୍ରେସ ଦଳର ବିଜେପୁର ନିର୍ବାଚନ ଜିତିବାର ଚିହ୍ନ ବର୍ଣ୍ଣ ଦେଖାଯାଊନାହିଁ ।

“ଗତ ଚାରିଦିନ ଧରି ବିଜେପୁର ନିର୍ବାଚନ ମଣ୍ଡଳୀରେ ମୁଁ ପ୍ରଚାର କାର୍ଯ୍ୟ କରୁଛି । ମୁଁ ଯାହା ନିରୀକ୍ଷଣ କଲି, ସମଗ୍ର ବିଜେପୁର ନିର୍ବାଚନ ମଣ୍ଡଳୀରେ ନବୀନ ପଟ୍ଟନାୟକଙ୍କର ତୀବ୍ର ହାୱା ବହୁଛି । ନିର୍ବାଚନ ମଣ୍ଡଳୀ ସାରା ଖାଲି ବିଜେଡ଼ି ପତାକାରେ ଭରପୁର । ଯେଉଁଆଡ଼େ ଆଖି ପକାଇବ ସେଆନେ ବିଜେଡ଼ି ପତାକା ଓ ବ୍ୟାନର୍ । ମୋ ରାଜନୈତିକ ଜୀବନକାଳ ମଧ୍ୟରେ ଏପରି ଗୋଟିଏ ଯାଗାରେ ହଜାର ହଜାର ସଂଖ୍ୟକ ପତାକା ଦେଖି ନଥିଲି,” ଗଣମାଧ୍ୟମ ସାମ୍ନାରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

Leave A Reply

Your email address will not be published.