Latest Odisha News

BREAKING NEWS

ମାଟି ତଳର ଅଦ୍ଭୁତ ସହର, ଦେଖିଲେ ଝଲସିଯିବ ଆଖି !

ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ସହର ଅଛି ଯାହା ସମ୍ପୂର୍ଣ୍ଣ ଭାବେ ମାଟି ତଳେ ରହିଛି । ଲୋକଙ୍କ ରହିବା ଠାରୁ ଆରମ୍ଭ କରି, ଦୋକାନ ବଜାର ସବୁ ରହିଛି ମାଟି ତଳେ ।

ଦକ୍ଷିଣ ଅଷ୍ଟ୍ରେଲିୟାରେ ଥିବା ଏହି ସହରର ନାମ ହେଉଛି କୁବର ପେଡୀ । ଏହି ସହର ଲୋକ ସବୁ ମାଟି ତଳେ ଘର କରି ରହିଥାଆନ୍ତି । ଯଦିଓ ଏସବୁ ଘର ବାହାରକୁ ଦେଖିବା ପାଇଁ ଅତି ସାଧାରଣ ଲାଗେ, କିନ୍ତୁ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା କୌଣସି ପଞ୍ଚ ତାରକା ହୋଟେଲ ଠାରୁ କମ୍ ନୁହେଁ ।

ପ୍ରକୃତରେ ଏହି ଅଞ୍ଚଳରେ ଓପଲ ବା ଗୋଦନ୍ତମଣିର ଅନେକ ଖଣି ରହିଛି । ଓପଲ ହେଉଛି ଉଭାସିତ ହୋଇଥିବା ଧଳା ବା ନୀଳ ରଙ୍ଗର ମୂଲ୍ୟବାନ୍ ପଥର । କୁବର ପେଡୀକୁ ବିଶ୍ବର ଓପୋଲ ରାଜଧାନୀ କୁହାଯାଏ । କାରଣ ଏଠାରେ ବିଶ୍ବର ସବୁଠାରୁ ଅଧିକ ଓପଲ ଖଣି ରହିଛି । ଏଠାକାର ଲୋକ ଖାଲି ଓପଲ ଖଣିରେ ରହିଥାଆନ୍ତି । ଅର୍ଥାତ୍ ଖଣି ଖନନ ପରେ ସହି ଗୁମ୍ପା ମଧ୍ୟରେ ଲୋକମାନେ ଘର କରି ରହିଥାଆନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ୧୯୧୫ରେ କୁବର ପେଡୀରେ ଖଣି ଖନନ ଆରମ୍ଭ ହୋଇଥିଲା। ଏହା ଏକ ମରୁଭୂମି ଅଞ୍ଚଳ ହୋଇଥିବାରୁ ଗ୍ରୀଷ୍ମରେ ତାପମାତ୍ରା ଅଧିକ ଏବଂ ଶୀତରେ ତାପମାତ୍ରା ବହୁତ କମ୍ ରହିଥାଏ ।

ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟଲୋକେ ଖଣି ଖନନ ପରେ ସେହି ଗୁମ୍ପାକୁ ବସବାସ ପାଇଁ ବ୍ୟବହାର କରିବା ଆରମ୍ଭ କରିଦେଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେଠାକାର ଅଧିବାସୀ ମାନେ ସେମିତି ରହି ଆସୁଛନ୍ତି ।

ବର୍ତ୍ତମାନ ଏଠାରେ ୧୫ ଶହରୁ ଅଧିକ ଘର ରହିଥିବା ବେଳେ ଏହି ଅଣ୍ଡରଗ୍ରାଉଣ୍ଡ ଘର ଗୁଡିକରେ ଗ୍ରୀଷ୍ମରେ ଏସି ଏବଂ ଶୀତରେ ହିଟରର ଆବଶ୍ୟକତା ପଡେ ନାହିଁ । ମାଟି ତଳେ ଥିବା ଏହି ଘରଗୁଡିକ ସୁସଜ୍ଜିତ ହୋଇଥାଏ ।

ଅନେକ ହଲିଉଡ୍‌ ପିଲ୍ମର ମଧ୍ୟ ଏଠାରେ ଶୁଟିଂ ହୋଇଛି । ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ‘ପିଚ ବ୍ଲାକ୍’ ଫିଲ୍ମର ଶୁଟିଂ ପରେ ବ୍ୟବହାର ହୋଇଥିବା ମହାକାଶଯାନକୁ ପ୍ରଯୋଜକ ସଂସ୍ଥା ପକ୍ଷରୁ ସେଠାରେ ଛାଡି ଦିଆଯାଇଥିଲା। ଯାହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।

Leave A Reply

Your email address will not be published.